ନୂଆଦିଲ୍ଲୀ: ବାରାଣାସୀ ନଗର ନିଗମରେ ଦୁର୍ଗନ୍ଧଯୁକ୍ତ ଅପରିସ୍କାର ଶୌଚାଳୟ ଦେଖିବାକୁ ମିଳିବ ତାହା ନୁହେଁ, ବରଂ ଏଠାରେ ଥିବା ମହିଳାଙ୍କ ଶୌଚାଳୟକୁ ପୁରୁଷମାନେ ବ୍ୟବହାରକରୁଥିବା ଜଣାପଡ଼ିଛି। ତେବେ ଏହି ଘଟଣା ସେତେବେଳେ ସାମ୍ନାକୁ ଆସିଲା ଯେତେବେଳେ କିଛି ପୁରୁଷ ମହିଳାଙ୍କ ଶୌଚାଳୟ ବ୍ୟବହାର କରୁଥିବା ସମୟରେ ସମାଜବାଦୀ ପାର୍ଟି( ସପା)ର ଜଣେ ମହିଳା ନେତାଙ୍କ ନଜରରେ ପଡ଼ି ଯାଇଥିଲେ।
ସମାଜବାଦୀ ପାର୍ଟିର ନେତା ଜାନକୀ ଯାଦବ ମହିଳାଙ୍କ ଶୌଚାଳୟ ବ୍ୟବହାର କରୁଥିବା ପୁରୁଷଙ୍କୁ ଉଚିତ ଶିକ୍ଷା ଦେଇଛନ୍ତି। ତେବେ ସେ କୌଣସି କାମରେ ନଗର ନିଗମ ଆସିଥିବା ବେଳେ ମହିଳା ଶୌଚାଳୟରେ ପୁରୁଷ ପଶୁଥିବା ଦେଖିବାକୁ ପାଇଥିଲେ। ଏହାପରେ ସେ ସେଠାରେ ଅପେକ୍ଷା କରି ରହିଥିଲେ। ଯେମିତି ମହିଳାଙ୍କ ଶୌଚାଳୟ ଭିତରୁ ବ୍ୟକ୍ତି ଦ୍ବୟ ବାହାରିଥିଲେ, ସପା ନେତା କହିଥିଲେ, ତୁମକୁ ଲାଜ ଲାଗୁ ନାହିଁ ଏପରି କାମ କରିବାକୁ। ଏଥିରେ ଜଣେ ନଗରନିଗମ ଅଧିକାରୀ ବି ଥିଲେ। ଯିଏକି ମହିଳାଙ୍କ ଶୌଚାଳୟ ବ୍ୟବହାର କରିଥିଲେ।
ତେବେ ଯେଉଁମାନେ ଏହି ଶୌଚାଳୟ ବ୍ୟବହାର କରୁଥିଲେ, ସେମାନଙ୍କୁ ମହିଳା ନେତା କ୍ଷମା ମାଗିବାକୁ କହିବା ସହିତ ଆଗକୁ ଏପରି ଭୁଲ ନକରିବାକୁ ଚେତାବନୀ ଦେଇଥିଲେ। ଏହି ଘଟଣା ପରେ ନଗରନିଗମ ଅଧିକାରୀଙ୍କ ଚିନ୍ତା ବଢ଼ି ଯାଇଥିଲା। ସେମାନେ ସଫେଇ ଦେଇ କହିଥିଲେ, ଆଗକୁ ପୁରୁଷମାନେ ଯେପରି ମହିଳାଙ୍କ ଶୌଚାଳୟ ବ୍ୟବହାର ନକରିବେ ସେଥିପ୍ରତି ଧ୍ୟାନ ରଖାଯିବ। ଯଦି ଏପରି କିଏ କଲା ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/cac6583c-1d20-457f-993a-d5e2510ae7f6.jpg)