ମହାକାଶ ବୁଲିବାକୁ ଯାଇ ସୁରକ୍ଷିତ ଭାବେ ଫେରିଆସିଲେ ୪ଜଣ ପର୍ଯ୍ୟଟକ

ନୂଆଦିଲ୍ଲୀ: ୩ ଦିନ ପୃଥିବୀ ଚାରିପଟେ ମହାକାଶରେ ବିଚରଣ କରି ଅଭୁତପୂର୍ବ ଦୃଶ୍ୟକୁ ଉପଭୋଗ କରିବା ପରେ ଫ୍ଲୋରିଡା ନିକଟ ଆଟଲାଣ୍ଟିକ୍ ମହାସାଗର ତଟରେ ୪ ଜଣ ସାଧାରଣ ନାଗରିକଙ୍କୁ ସୁରକ୍ଷିତ ଅବତରଣ କରାଇଛି ସ୍ପେସ୍ –ଏକ୍ସ ଯାନ । ଏହାସହ ମହାକାଶ ପର୍ଯ୍ୟଟନ କ୍ଷେତ୍ରରେ ଇତିହାସ ସୃଷ୍ଟି ହୋଇଛି । କେପ୍ କାନଭେରାଲ ପ୍ରତିଯୋଗିତାରେ ବିଜୟୀ ହୋଇଥିବା ୨ଜଣ ବିଜୟୀଙ୍କ ସହ ଜଣେ ସ୍ୱାସ୍ଥ୍ୟ କର୍ମୀ ଓ ତାଙ୍କୁ ଆର୍ଥିକ ସହାୟତା ଯୋଗାଇଥିବା ଧନୀକ ବ୍ୟକ୍ତିଙ୍କୁ ନେଇ ପ୍ରଥମ ମହାକାଶ ପର୍ଯ୍ୟଟନ ଆରମ୍ଭ କରିଥିଲା ସ୍ପେସ୍-ଏକ୍ସ ମହାକାଶ ଯାନ ।

ଏମାନେ ହେଲେ ଏହି ଅଭିଯାନର ନେତୃତ୍ୱ ନେଇଥିବା ୩୮ ବର୍ଷିୟ ଜରେଡ୍ ଇସା କମୈନ୍, ୨୯ ବର୍ଷିୟା ଉବ୍ରି ହେଲେ ଆର୍ସେନେକ, ୪୨ ବର୍ଷିୟ କ୍ରିସ୍ ସେମ୍ବ୍ରୋସ୍କି, ଓ ୫୧ ବର୍ଷିୟ ଜଣେ ଶିକ୍ଷକ ସିୟାନ୍ ପ୍ରୋକ୍ଟର ।ଏହା ଥିଲା ପ୍ରଥମ ଘରୋଇ ମହାକାଶ ଯାନ । ମହାକାଶକୁ ଯିବା ଓ ପ୍ରତ୍ୟାବର୍ତ୍ତନ କରିବା ସମୟ ସବୁକିଛି ନିର୍ଦ୍ଧାରିତ ହୋଇଥିଲା ।

photo-ndtv

ଇଣ୍ଟରନ୍ୟାସନାଲ ସ୍ପେସ୍ ଷ୍ଟେସନଠାରୁ ୧୬୦ କିଲୋମିଟର ଉଚ୍ଚରେ ନିର୍ଦ୍ଧାରିତ କକ୍ଷପଥରେ ଥାଇ ପୃଥିବୀ ଚାରିପଟେ ୩ ଦିନ ବୁଲିବା ପରେ ଏହା ଫ୍ଲୋରିଡା କୂଳ ସମୁଦ୍ର ତଟରେ ପର୍ଯ୍ୟଟକଙ୍କୁ ଅବତରଣ କରାଇଛି । ଏହାପୂର୍ବରୁ ଗତ ଜୁଲାଇ ମାସରେ ଅନ୍ୟ ୨ ଜଣ କୋଟିପତି ମହାକାଶ ପର୍ଯ୍ୟଟନରେ ଖୁବ୍ କମ ସମୟ ପାଇଁ ଯାଇ ସୁରକ୍ଷିତ ଫେରି ଆସିଥିଲେ |

ସମ୍ବନ୍ଧିତ ଖବର