ସ୍ପେନ୍‌ର ୪ ପ୍ରମୁଖ ସହର ବନ୍ଦ, ୭୦,୦୦୦ ଲୋକଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ : କରୋନା ଭାଇରସ୍‌ ଯୋଗୁଁ ସ୍ପେନ୍‌ରେ ୮୬ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୩,୧୪୬ ଜଣ ଭାଇରସ୍‌ ଆକ୍ରାନ୍ତ ହେବାପରେ ସ୍ପେନ୍‌ ଏବେ ଭାଇରସ୍‌ ମୁକାବିଲା ଦିଗରେ କଡ଼ା ପଦକ୍ଷେପ ଗ୍ରହଣ କରୁଛି। ଉତ୍ତର ପୂର୍ବ ସ୍ପେନ୍‌ର କାଟଲୋନିଆରେ ୪ ପ୍ରମୁଖ ସହର ବନ୍ଦ ହୋଇଯାଇଛି। କେବଳ ଖାଦ୍ୟ ଏବଂ ଔଷଧ ଦୋକାନକୁ ବାଦ ଦେଲେ ଅନ୍ୟ ସବୁ ପ୍ରତିଷ୍ଠାନ ଉପରେ କଟକଣା ଲାଗୁ ହୋଇଛି। ସ୍ପେନ୍‌ରେ ଭାଇରସ୍‌ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ୩୦ ଜଣ ସ୍ବାସ୍ଥ୍ୟ କର୍ମୀ ଅଛନ୍ତି। ୪ ସହରରେ ରହୁଥିବା ୭୦,୦୦୦ ଲୋକଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସ୍ପେନ୍‌ ଆଇନ ମନ୍ତ୍ରୀ ଇରେନ‌େ ମଣ୍ଟେରୋ ଗତକାଲି ଭାଇରସ୍‌ ଆକ୍ରାନ୍ତ ହୋଇଛନ୍ତି। ସ୍ପେନ୍‌ରେ ମାତ୍ର ୨୪ ଘଣ୍ଟା ମଧ୍ୟରେ ୩୬ ଜଣଙ୍କ ମୃତ୍ୟୁ ହେବାପରେ ଏହା ଭାଇରସ୍‌ ମୁକାବିଲା ଦିଗରେ କଡ଼ା ପଦକ୍ଷେପ ଗ୍ରହଣ କରିଛି। ସ୍ପେନ୍‌ର ମଦ୍ରିଦ୍‌ରେ ଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ସବୁଠୁ ଅଧିକ ରହିଛି।

ସମ୍ବନ୍ଧିତ ଖବର