ବିବାହ ଫଟୋସୁଟ ବେଳେ ଘଟିଲା ଅଘଟଣ, କନ୍ୟାଙ୍କ ଉପରେ ଫାଟିଗଲା ସ୍ପାର୍କଲ ଗନ

ନୂଆଦିଲ୍ଲୀ: ନିଜ ବିବାହକୁ ସ୍ମରଣୀୟ କରିବାକୁ ସମସ୍ତଙ୍କ ଇଚ୍ଛା ଥାଏ | ଲୋକମାନେ ସେମାନଙ୍କର ବିବାହକୁ ସ୍ୱତନ୍ତ୍ର କରିବାକୁ ଚେଷ୍ଟା କରନ୍ତି, କିନ୍ତୁ ବେଳେବେଳେ ଏପରି ଘଟଣା ଘଟେ, ଯାହାକି ସୁଖ ବଦଳରେ ଦୁଃଖ ଦେଇଥାଏ | ବାସ୍ତବରେ ଆଜିକାଲି ନିଜ ବିବାହ ଫଟୋସୁଟକୁ ଆକର୍ଷଣୀୟ କରିବାକୁ ବର-କନ୍ୟା କିଛି ଏଭଳି ପନ୍ଥା ଆପଣାଉଛନ୍ତି, ଯାହାକି ପରବର୍ତ୍ତୀ ସମୟରେ ସେମାନଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହେଉଛି | ଏବେ ଏମିତି ଏକ ଭିଡିଓ ଭାଇରାଲ୍ ହୋଇଛି, ଯେଉଁଥିରେ ଦେଖିବାକୁ ମିଳିଛି ଯେ, ବିବାହ ସମୟରେ ଷ୍ଟଣ୍ଟ ସବୁବେଳେ ସୁରକ୍ଷିତ ହୋଇନପାରେ।


ବାସ୍ତବରେ, ଏକ ଭିଡିଓରେ ବର-କନ୍ୟା ସ୍ପାର୍କଲ ଗନ ସହିତ ପୋଜ୍ କରୁଥିବା ଦେଖିବାକୁ ମିଳୁଛି | ଉଭୟଙ୍କ ହାତରେ ସ୍ପାର୍କଲ ଗନ ଥିବାବେଳେ ଉଭୟ କ୍ୟାମେରାକୁ ଦେଖି ହସୁଛନ୍ତି | ତା’ପରେ ଦମ୍ପତି ନିଜ ନିଜ ବନ୍ଧୁକର ଟ୍ରିଗର ଦବେଇଥିଲେ | ଏହି ସମୟରେ କନ୍ୟା ସହିତ ଏକ ହୃଦୟ ବିଦାରକ ଦୁର୍ଘଟଣା ଘଟିଯାଇଛି | ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ କନ୍ୟା ଚଳାଇଥିବା ବନ୍ଧୁକ ହଠାତ ଫାଟିଯାଉଛି | ଆଉ ନିଆଁ ଝୁଲ ତାଙ୍କ ଉପରେ ପଡୁଛି | ବନ୍ଧୁକରେ ବିସ୍ଫୋରଣ ହୋଇ କନ୍ୟାଙ୍କ ମୁହଁରେ ପଡୁଛି | ଏଥିରେ କନ୍ୟା ଜଣକ ଚିତ୍କାର କରିଥିବାବେଳେ ଉପସ୍ଥିତ ଲୋକମାନେ ତୁରନ୍ତ କନ୍ୟାଙ୍କୁ ଉଦ୍ଧାର କରିଛନ୍ତି |

ସମ୍ବନ୍ଧିତ ଖବର