ଶୁଭେନ୍ଦୁ ଅଧିକାରୀଙ୍କ ଇସ୍ତଫାକୁ ଗ୍ରହଣ କଲେ ନାହିଁ ବାଚସ୍ପତି

କୋଲକାତା: ପଶ୍ଚିମବଙ୍ଗ ବିଧାନସଭାର ବାଚସ୍ପତି, ଶୁଭେନ୍ଦୁ ଅଧିକାରୀଙ୍କ ଇସ୍ତଫାକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ସେ କହିଛନ୍ତି ଯେ ଇସ୍ତଫା ସଠିକ୍ ଫର୍ମାଟରେ ନାହିଁ। ବାଚସ୍ପତି ଶୁଭେନ୍ଦୁ ଅଧିକାରୀଙ୍କୁ ଆସନ୍ତା ୨୧ ତାରିଖରେ ଆସି ଇସ୍ତଫା ଦେବାକୁ ପଡିବ ବୋଲି କହିଛନ୍ତି । ତୃଣମୂଳ କଂଗ୍ରେସର ଅନ୍ୟତମ ଟାଣୁଆ ନେତା ଥିବା ବିଧାୟକ ଶୁୁଭେନ୍ଦୁ ଅଧିିକାରୀ ବୁଧବାର ଦିନ ପଶ୍ଚିମବଙ୍ଗ ବିଧାନସଭାର ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ ।

ପଶ୍ଚିମବଙ୍ଗ ପରିବହନ ମନ୍ତ୍ରୀ ତଥା ଅନ୍ୟାନ୍ୟ ଦଳୀୟ ପଦ ଓ ପଦବୀରୁ ଶ୍ରୀ ଅଧିକାରୀ ପୂର୍ବରୁ ଇସ୍ତଫା ଦେଇଥିବା ବେଳେ ବୁଧବାର ଦିନ ବିଧାୟକ ପଦବୀରୁ ଇସ୍ତଫା ଘୋଷଣା କରିଥିଲେ । ଚର୍ଚ୍ଚା ଚାଲିଛି ଯେ ଶୁଭେନ୍ଦୁ ଅଧିକାରୀ, ଖୁବ୍ ଶୀଘ୍ର ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇପାରନ୍ତି। ଗତ କିଛି ଦିନ ହେବ ମୁଖ୍ୟମନ୍ତ୍ରୀ ତଥା ଦଳ ମୁଖ୍ୟ ମମତା ବାନାର୍ଜୀଙ୍କ ଉପରେ ଶୁଭେନ୍ଦୁ ଅଧିକାରୀ ଅସନ୍ତୋଷ ପ୍ରକାଶ କରିଥିଲେ |

ତାଙ୍କୁ ମନାଇବା ପାଇଁ ଅନେକ ଥର ଚେଷ୍ଟା କରାଯାଇଥିଲା, କିନ୍ତୁ ଟିଏମସି ଛାଡିବାକୁ ସେ ନିଷ୍ପତ୍ତି ନେଇଥିଲେ। ପଶ୍ଚିମବଙ୍ଗର ୬୫ ଟି ବିଧାନସଭା ଆସନରେ ଅଧିକାରୀ ପରିବାରର କବଜା ଥିବାବେଳେ ପଶ୍ଚିମବଙ୍ଗର ୬ଟି ଜିଲ୍ଲାରେ ଏହି ସବୁ ଆସନ ରହିଛି | ଆଉ ଶୁଭେନ୍ଦୁଙ୍କ ଇସ୍ତଫା ପରେ ତୃଣମୂଳ କଂଗ୍ରେସରେ ଚିନ୍ତା ବଢିଯାଇଛି |

ସମ୍ବନ୍ଧିତ ଖବର