ୱାସିଂଟନ : ଆମେରିକା ପ୍ରତିନିଧି ସଭାରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ତାଙ୍କ ବାର୍ଷିକ ଉଦ୍ବୋଧନ ଶେଷ କରିବା ମାତ୍ରେ ବାଚସ୍ପତି ନେନ୍ସି ପେଲୋସି ଭାଷଣର କପି ଚିରିଦେବା ଘଟଣା ଚର୍ଚ୍ଚାରେ ରହିଛି। ବାଚସ୍ପତି କପି ଚିରୁଥିବା ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ଦେଖାଯାଇଛି ଯେ ରାଷ୍ଟ୍ରପତି ଟ୍ରମ୍ପ୍ ତାଙ୍କ ଉଦ୍ବୋଧନ ଶେଷ କରିବା ମାତ୍ରେ ହିଁ ତାଙ୍କ ପଛରେ ଛିଡ଼ା ହୋଇଥିବା ବାଚସ୍ପତି ଏହାର କପି ଚିରିଥିଲେ। ଏ ବାବଦରେ ନେନ୍ସିଙ୍କୁ ପଚରାଯିବାରୁ ସେ କହିଥିଲେ ଯେ ଟ୍ରମ୍ପ୍ଙ୍କ ଭାଷଣ ବହୁତ ଖରାପ ଥିଲା। ତେବେ ହ୍ବାଇଟ୍ ହାଉସ୍ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ଏହା ‘ନେନ୍ସିଙ୍କ ପରମ୍ପରା’। ରାଷ୍ଟ୍ରପତି ଟ୍ରମ୍ପ୍ ତାଙ୍କ ଉଦ୍ବୋଧନରେ କହିଥିଲେ, ତାଙ୍କର ୩ ବର୍ଷର କାର୍ଯ୍ୟକାଳରେ ଆମେରିକା ଅକଳ୍ପନୀୟ ଗତିରେ ବିକାଶ କରିଛି।
ଟ୍ରମ୍ପ୍ଙ୍କ ଭାଷଣର କପିକୁ ସଂସଦରେ ଚିରିଲେ ବାଚସ୍ପତି
/sambad/media/post_attachments/wp-content/uploads/2020/02/pelosi-rip.focal-760x428.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)