କୁମାରସ୍ୱାମୀ ସରକାରକୁ ସମର୍ଥନ କରିବାକୁ ଆମକୁ ଧମକ ଦିଆଯାଉଛି : ପୁଣି ସୁପ୍ରିମକୋର୍ଟ ଗଲେ ୫ ବିଦ୍ରୋହୀ ବିଧାୟକ

ନୂଆଦିଲ୍ଲୀ : କର୍ଣ୍ଣାଟକରେ ଚାଲିଥିବା ରାଜନୈତିକ ନାଟକ ଶେଷ ହେବାର ନାଁ ଧରୁନାହିଁ । ଆଜି ୫ ଜଣ ବିଦ୍ରୋହୀ ବିଧାୟକ ପୁଣି ଥରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସେମାନେ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଏର କରି କହିଛନ୍ତି ଯେ ବାଚସ୍ପତି ରମେଶ କୁମାର ସେମାନଙ୍କ ଇସ୍ତଫା ଗ୍ରହଣ କରୁନାହାନ୍ତି ଓ ଦଳ ଛାଡିବାକୁ ଦେଉନାହାନ୍ତି ।

ସେମାନେ ଏହି ପିଟିସନରେ ଆହୁରି ମଧ୍ୟ ଦର୍ଶାଇଛନ୍ତି ଯେ ଆଗାମୀ ଆସ୍ଥାଭୋଟରେ ଏଚ.ଡି. କୁମାରସ୍ୱାମୀ ସରକାରକୁ ସମର୍ଥନ କରିବାକୁ ସେମାନଙ୍କୁ ଧମକ ଦିଆଯାଉଛି । ଏହି ୫ ଜଣ ବିଧାୟକଙ୍କ ପିଟିସନର ଶୁଣାଣି ଆସନ୍ତା କାଲି (ଜୁଲାଇ ୧୬)ରେ ହେବ । ପ୍ରଧାନ ବିଚାରପତି ଜଷ୍ଟିସ ରଂଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଥିବା ଏକ ଖଣ୍ଡପୀଠ ଏହାର ଶୁଣାଣି କରିବେ । ସୂଚନାଯୋଗ୍ୟ ଯେ ଆସନ୍ତା ଗୁରୁବାରଦିନ କର୍ଣ୍ଣାଟକର ଏଚ.ଡି. କୁମାରସ୍ୱାମୀ ସରକାର ଆସ୍ଥା ଭୋଟ ଲୋଡିବେ । କିନ୍ତୁ ବିଦ୍ରୋହୀ ବିଧାୟକମାନେ ଏବେ ମୁମ୍ବାଇରେ ରହିଛନ୍ତି ଓ ଆସ୍ଥାଭୋଟ ପାଇଁ ବାଙ୍ଗାଲୁରୁ ଯିବାର ସମ୍ଭାବନା କମ ବୋଲି କୁହାଯାଉଛି ।

ସମ୍ବନ୍ଧିତ ଖବର