କରୋନା ଭାଇରସ୍‌ ସହିତ ଜଡ଼ିତ ଆଉ ଏକ ଲକ୍ଷଣ ସାମ୍ନାକୁ ଆସିଲା; ଚେତାବାନୀ ଦେଲା ଡବ୍ଲୁଏଚଓ

ନୂଆଦିଲ୍ଲୀ: କରୋନା ଭାଇରସ୍‌କୁ ନେଇ ନୂଆନୂଆ ଲକ୍ଷଣ ସାମ୍ନାକୁ ଆସୁଛି। ଏନ୍‌ଏଚଏସ୍‌ (ନ୍ୟାସନାଲ ହେଲଥ୍‌ ସର୍ଭିସ୍‌) କାଶ ଓ ଜ୍ୱର କରୋନା ଭାଇରସ୍‌ର ପ୍ରମୁଖ ଲକ୍ଷଣ ବୋଲି ସୂଚନା ଦେଇଥିଲା। ଏବେ ଏହି ଭାଇରସ୍‌ ସହିତ ଆଉ ଏକ ଲକ୍ଷଣ ଯୋଡ଼ି ହୋଇଯାଇଛି।

ବିଶେଷଜ୍ଞଙ୍କ କହିବାନୁସାରେ, କରୋନା ସଂକ୍ରମିତ ଥିବା ବ୍ୟକ୍ତିଙ୍କୁ କଥା କହିବାରେ ବି ଅସୁବିଧା ପରିଲକ୍ଷିତ ହୋଇପାରେ। ଡବ୍ଲୁଏଚଓ  ହେଲଥ୍‌ ଏକ୍ସପର୍ଟସ୍‌ ଚେତାବାନୀ ଦେଇ କହିଛନ୍ତି, କରୋନା ସଂକ୍ରମିତ ଥିବା ରୋଗୀଙ୍କୁ କଥାବାର୍ତ୍ତା କରିବାରେ କଷ୍ଟ ହୋଇଥାଏ। ଯଦି କୌଣସି ବ୍ୟକ୍ତିଙ୍କ କ୍ଷେତ୍ରରେ ଏଭଳି ଲକ୍ଷଣ ଦେଖାଦେଉଥିବା ଅଥବା ନିଜେ ଅନୁଭବ କରୁଛନ୍ତି ତେବେ ସାବଧାନତା ଅବଲମ୍ବନ କରି ବିଳମ୍ବ ନ କରି ସଙ୍ଗେସଙ୍ଗେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

Coronavirus & COVID-19 Overview: Symptoms, Risks, Prevention ...
WebMD

ତେବେ ଆପଣଙ୍କୁ ଜଣାଇ ରଖିବାକୁ ଚାହୁଛୁ କି ଜରୁରୀ ନୁହେଁ କି କଥା କହିବା ଅସୁବିଧା ଲକ୍ଷଣ ପ୍ରତ୍ୟେକ କରୋନା ରୋଗୀଙ୍କ ଶରୀରରେ ଦେଖାଦେବ। ଅନ୍ୟ ଲକ୍ଷଣ ଭଳି ଏହି ଲକ୍ଷଣ ବି ଶରୀରରେ ଲୁକାୟିତ ଅବସ୍ଥାରେ ରହି ପରେ ବାହାରି ପାରେ। ଏହା ପୂର୍ବରୁ ବି କରୋନା ସହିତ ଜଡ଼ିତ କେତେଟି ଅଦ୍ଭୁତ ଲକ୍ଷଣ ସାମ୍ନାକୁ ଆସିଥିଲା। ଯେପରି କରୋନା ସଂକ୍ରମିତ ରୋଗୀ କୌଣସି ଖାଦ୍ୟର ସ୍ୱାଦ ଚାଖି ପାରିବ ନାହିଁ, କାନରେ ଯନ୍ତ୍ରଣା ହେବା ଭଳି ଲକ୍ଷଣ ଥିବା କୁହାଯାଉଥିଲା।

ଡବ୍ଲୁଏଚଓ ପକ୍ଷରୁ ଜାରି ବୟାନରେ କୁହାଯାଇଛି, ‘କୋଭିଡ-୧୯ ରୋଗୀଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହୋଇଥାଏ। ତେବେ ବିଶେଷଜ୍ଞଙ୍କ ଦ୍ୱାରା ଜାରି କରାଯାଇଥିବା ଗାଇଡଲାଇନ୍‌କୁ ଠିକ୍‌ ଶୈଳୀରେ ପାଳନ କରିଲେ ନିଶ୍ଚିତ ଭାବେ ରୋଗୀ ସୁସ୍ଥ ହୋଇପାରିବ।

ସମ୍ବନ୍ଧିତ ଖବର