ସଂସ୍କୃତ କହିବା ଦ୍ୱାରା ମଧୁମେହ ଓ କୋଲେଷ୍ଟ୍ରଲ ନିୟନ୍ତ୍ରଣରେ ରହିଥାଏ: ବିଜେପି ସାଂସଦ ଗଣେଶ ସିଂହ

ନୂଆଦିଲ୍ଲୀ: ଲୋକସଭାରେ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ବିଧେୟକ ଉପରେ ଆଲୋଚନା ହେଉଥିବା ବେଳେ ବିଜେପି ସାଂସଦ ଗଣେଶ ସିଂହଙ୍କର ଏକ ବୟାନ୍ ଚର୍ଚ୍ଚାର ବିଷୟ ହୋଇଛି।
ଗତକାଲି ଲୋକସଭାରେ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ବିଧେୟକକୁ ନେଇ ଆଲୋଚନା ହେଉଥିବା ବେଳେ ମଧ୍ୟ ପ୍ରଦେଶର ସତନା ଲୋକସଭା ଆସନରୁ ଲଗାତାର ଚାରି ଥର ନିର୍ବାଚିତ ହୋଇଥିବା ବିଜେପି ସାଂସଦ ଗଣେଶ ସିଂହ କହିଥିଲେ ଯେ ଆମେରିକାସ୍ଥିତ ଏକ ଶିକ୍ଷାନୁଷ୍ଠାନର ଗବେଷଣା ରିପୋର୍ଟ ଅନୁଯାୟୀ ସଂସ୍କୃତ କହିବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ। ସଂସ୍କୃତ କହିବା ଦ୍ୱାରା ମଧୁମେହ ଓ କୋଲେଷ୍ଟ୍ରଲ ନିୟନ୍ତ୍ରଣରେ ରହିଥାଏ।
ସେ ଆହୁରି କହିଥିଲେ ଯେ ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସାର ଗବେଷଣା ଅନୁସାରେ ଯଦି କମ୍ପ୍ୟୁଟର ପ୍ରୋଗ୍ରାମିଂ ସଂସ୍କୃତ ଭାଷାରେ କରାଯିବ, ତେବେ ଏଥିରେ କୌଣସି ଅସୁବିଧା ହେବ ନାହିଁ ।
ବିଶ୍ୱର ୯୭ଟି ଭାଷା ଏବଂ କିଛି ଇସଲାମିକ ଭାଷା ବି ସଂସ୍କୃତରୁ ଉଦ୍ଧୃତ ବୋଲି ସାଂସଦ ଗଣେଶ ସିଂହ କହିଥିଲେ।

Image result for pratap sarangi
Image Source-India Today

ଏହି ଆଲୋଚନାରେ ଅଂଶ ଗ୍ରହଣ କରି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ କହିଥିଲେ ଯେ, ସଂସ୍କୃତ ଭାଷାକୁ ପ୍ରୋତ୍ସାହନ ଦିଆଗଲେ ତାମିଲ ବା ଅନ୍ୟ କୌଣସି ଭାଷାର କିଛି କ୍ଷତି ହେବ ନାହିଁ ।

ସମ୍ବନ୍ଧିତ ଖବର