କାଉଡିଆ ଯାଉଥିବା ରାସ୍ତାରେ ବନ୍ଦ ରହିବ ମାଛ-ମାଂସ ଦୋକାନ, ଚାଲିବ ବାଇକ ଆମ୍ବୁଲାନ୍ସ

ହରିଦ୍ୱାର: ଶ୍ରାବଣ ମାସରେ ମହାଦେବଙ୍କ ଜଳାଭିଷେକ ପାଇଁ ମାନସିକବ୍ରତଧାରୀ ବହୁ ଦୂର ଚାଲି ଚାଲି ଯାଇଥାନ୍ତି | ତେବେ ଏଣିକି କାଉଡିଆଙ୍କ ପାଇଁ ବାଇକ ଆମ୍ବୁଲାନ୍ସର ବ୍ୟବସ୍ଥା ରହିବ | ଯଦି ରାସ୍ତାରେ ଯାଉଥିବାବେଳେ କୌଣସି କାଉଡିଆ ଅସୁସ୍ଥ ହୋଇପଡିବେ ତେବେ ବାଇକ ଆମ୍ବୁଲାନ୍ସ ମାଧ୍ୟମରେ ତାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯିବ | କାଉଡିଆରେ ଯାଉଥିବା ଶ୍ରଦ୍ଧାଳୁଙ୍କ ପାଇଁ ଆଜି ଉତ୍ତରାଖଣ୍ଡ ସରକାର କିଛି ବଡ ନିଷ୍ପତ୍ତି ନେଇଛନ୍ତି |

ବିଶେଷ କରି ଉତ୍ତରାଖଣ୍ଡର ହରିଦ୍ୱାରରେ ଶ୍ରାବଣ ମାସର ସୋମବାର ଦିନ ବହୁ ସଂଖ୍ୟାରେ ଏକତ୍ରିତ ହେଉଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ କିଛି ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିଛି | ହରିଦ୍ୱାର ଜିଲ୍ଲା ମାଜିଷ୍ଟ୍ରେଟ ବିନୟ ଶଙ୍କର ପାଣ୍ଡେ କହିଛନ୍ତି ଯେ କାଉଡିଆଙ୍କ ପାଇଁ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ୨୪ ଘଣ୍ଟିଆ ବାଇକ ଆମ୍ବୁଲାନ୍ସ ସୁବିଧା ଆରମ୍ଭ ହେବ। ଏହା ସହିତ ଜୁଲାଇ ୧୦ ସୁଦ୍ଧା ସବୁ ପ୍ରସ୍ତୁତି ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି କାଉଡିଆଙ୍କ ଯାତାୟାତ ପଥରେ ମାଂସ, ଅଣ୍ଡା ଓ ମାଛ ଦୋକାନ ସମ୍ପୂର୍ଣ୍ଣ ବନ୍ଦ ରହିବ।

ସେହିପରି ଜୁଲାଇ ୧୪ରୁ ଆରମ୍ଭ ହେବାକୁ ଥିବା କାଉଡିଆ ମେଳାରେ କୌଣସି ପ୍ରକାର ଅବହେଳା ନକରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲା ମାଜିଷ୍ଟ୍ରେଟ କହିଛନ୍ତି ଯେ ୨୪ ଘଣ୍ଟିଆ ବାଇକ ଆମ୍ବୁଲାନ୍ସ ପାଇଁ ବ୍ୟବସ୍ଥା କରାଯିବ | ଯାହାଦ୍ୱାରା ରାସ୍ତାରେ ଯାଉଥିବାବେଳେ ଯଦି କେହି ଅସୁସ୍ଥ ହୋଇପଡନ୍ତି ତେବେ ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯିବ |

ସମ୍ବନ୍ଧିତ ଖବର