ଗୁଜରାଟ ନିର୍ବାଚନ ପାଇଁ ସ୍ବତନ୍ତ୍ର ବୁଥ୍: ‘ରେଡ୍ ଲାଇଟ୍ ଅଞ୍ଚଳ’, ‘ଯୁବକଙ୍କ ପାଇଁ, ଯୁବକଙ୍କ ଦ୍ବାରା’

ଗାନ୍ଧୀନଗର : ପ୍ରଥମ ଥର ପାଇଁ ଗୁଜରାଟରେ ପ୍ରଥମ ଥର ପାଇଁ ଭୋଟ ଦେବାକୁ ଯାଉଥିବା ତରୁଣ ଭୋଟରଙ୍କ ପାଇଁ ସ୍ବତନ୍ତ୍ର ବୁଥ୍‌ର ବ୍ୟବସ୍ଥା କରାଯାଇଛି। ଏହି ବୁଥ୍‌ଗୁଡ଼ିକୁ କେବଳ ଯୁବ ଅଧିକାରୀମାନେ ପରିଚାଳନା କରିବେ ଏବଂ କେବଳ ଯୁବ ଭୋଟର ଏଥିରେ ଭୋଟ ଦେବେ। ମୁଖ୍ୟ ନିର୍ବାଚନ ଅଧିକାରୀ ରାଜୀବ କୁମାର କହିଛନ୍ତି, ଯୁବକମାନଙ୍କୁ ଉତ୍ସାହିତ କରିବାକୁ ଏହି ବ୍ୟବସ୍ଥା କରାଯାଇଛି।

ରାଜ୍ୟରେ ଏହିପରି ୩୩ଟି ବୁଥ୍ ପ୍ରତିଷ୍ଠା ହେବ ଯାହା କେବଳ ଯୁବକଙ୍କ ଦ୍ବାରା ପରିଚାଳିତ ହେବ ଏବଂ କେବଳ ଯୁବକ ଓ ପ୍ରଥମ ଥର ଭୋଟ ଦେଉଥିବା ଭୋଟରମାନେ ଏଥିରେ ଭୋଟ ଦେବେ। ରାଜ୍ୟରେ ଏଥର ୩.୨୪ ଲକ୍ଷ ନୂଆ ଭୋଟର ଭୋଟ ଦେବାକୁ ଯାଉଛନ୍ତି ବୋଲି କୁମାର କହିଛନ୍ତି। ସେହିପରି ଜାଫ୍ରାବାଦ ସହରକୁ ଲାଗି ଆରବ ସାଗରରେ ଏକ ଦ୍ବୀପରେ ରହୁଥିବା ମାତ୍ର ଜଣେ ଭୋଟର ପାଇଁ ଏଥର ଏକ ବୁଥ୍ ପ୍ରତିଷ୍ଠା ହେବାକୁ ଯାଉଛି। ଆଉ ଏକ ବୁଥ୍ ଏକ ସିପିଂ କଣ୍ଟେନରରେ ପ୍ରତିଷ୍ଠା ହେବ। ରେଡ୍ ଲାଇଟ୍ ଅଞ୍ଚଳରେ ବି ବୁଥ୍ ପ୍ରତିଷ୍ଠା ହେବ। ଯୌନ କର୍ମୀ, କିନ୍ନର, ଦିବ୍ୟାଙ୍ଗ, ଏଡ୍‌ସ ରୋଗୀ ପ୍ରଭୃତି ସମସ୍ତ ବଞ୍ଚିତ ବର୍ଗଙ୍କୁ ବି ନିର୍ବାଚନୀ ପ୍ରକ୍ରିୟାରେ ସାମିଲ କରିବା ପାଇଁ ସ୍ବତନ୍ତ୍ର ବୁଥ୍‌ ମାଧ୍ୟମରେ ପ୍ରଚେଷ୍ଟା କରାଯାଉଛି ବୋଲି କୁମାର କହିଛନ୍ତି।

ସମ୍ବନ୍ଧିତ ଖବର