ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ ପ୍ରସ୍ତାବ ବିଚାରାଧୀନ ନାହିଁ

ନୂଆଦିଲ୍ଲୀ : ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ପ୍ରଦାନ କରିବାର କୌଣସି ପ୍ରସ୍ତାବ କେନ୍ଦ୍ର ସରକାରଙ୍କ ପାଖରେ ବିଚାରାଧୀନ ନାହିଁ। କେନ୍ଦ୍ର ପ୍ରାୟୋଜିତ ଯୋଜନା ପାଇଁ ଓଡ଼ିଶାକୁ ଭାରତର ଉତ୍ତର ପୂର୍ବାଞ୍ଚଳ ଓ ହିମାଳୟ ପାଦଦେଶରେ ଅବସ୍ଥିତ ରାଜ୍ୟଗୁଡ଼ିକ ଭଳି ୯୦:୧୦ ଅନୁପାତରେ ଅର୍ଥ ପ୍ରଦାନ କରାଯିବାର କୌଣସି ପ୍ରସ୍ତାବ ମଧ୍ୟ କେନ୍ଦ୍ର ସରକାରଙ୍କ ପାଖରେ ବିଚାରାଧୀନ ନାହିଁ। ଏତଦ୍‌ବ୍ୟତୀତ ଚତୁର୍ଦ୍ଦଶ ଅର୍ଥ ଆୟୋଗ ନିଜର ମାନଦଣ୍ଡ ଏବଂ ସୁପାରିସ ନିର୍ଦ୍ଧାରଣରେ ସ୍ବତନ୍ତ୍ର ଓ ସାଧାରଣ ଶ୍ରେଣୀ ରାଜ୍ୟ ମଧ୍ୟରେ କୌଣସି ପାର୍ଥକ୍ୟ କରିନାହାନ୍ତି। ଲୋକସଭାର ବିଜେଡି ସାଂସଦ ରମେଶ ଚନ୍ଦ୍ର ମାଝିଙ୍କ ଦ୍ବାରା ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ମା‌ନ୍ୟତା ପ୍ରଦାନ କରିବା ସମ୍ପର୍କିତ ଏକ ଅଣତାରକା ପ୍ରଶ୍ନର ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ସିଂହ ଠାକୁର।

ସମ୍ବନ୍ଧିତ ଖବର