ନାରଦା ଲାଞ୍ଚ ମାମଲା: ସିବିଆଇ ଗିରଫ କରିଥିବା ୪ଜଣ ଟିଏମସି ବିଧାୟକ ଓ ମନ୍ତ୍ରୀଙ୍କୁ ମିଳିଲା ଜାମିନ

କୋଲକାତା: ନାରଦା ଲାଞ୍ଚ ମାମଲାରେ ଦୁଇଜଣ ମନ୍ତ୍ରୀଙ୍କ ସମେତ ଦୁଇଜଣ ବିଧାୟକଙ୍କୁ ଗିରଫ କରିଥିଲା ସିବିଆଇ | ଏବେ ଗିରଫ ହୋଇଥିବା ଚାରିଜଣ ଅଭିଯୁକ୍ତଙ୍କୁ କୋଲକାତାର ଏକ ସ୍ୱତନ୍ତ୍ର ସିବିଆଇ କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ସୋମବାର ପୂର୍ବାହ୍ନରେ ସିବିଆଇ ଶାସକ ତୃଣମୂଳ କଂଗ୍ରେସ ନେତା ତଥା ମନ୍ତ୍ରୀ ଫିରହାଦ୍ ହାକିମ ଏବଂ ସୁବ୍ରତ ମୁଖାର୍ଜୀ, ଟିଏମସି ବିଧାୟକ ମଦନ ମିତ୍ର ଏବଂ ଦଳର ପୂର୍ବତନ ନେତା ତଥା ମନ୍ତ୍ରୀ ସୋଭନ୍ ଚାଟାର୍ଜୀଙ୍କୁ ଗିରଫ କରିଥିଲା।

indiatoday

ସୂଚନା ମୁତାବକ, ଗିରଫ ୪ଜଣଙ୍କ ବିରୋଧରେ ଲାଞ୍ଚ ନେଇଥିବାର ପ୍ରମାଣ ମିଳିବା ପରେ ସିବିଆଇ ସେମାନଙ୍କୁ ଗିରଫ କରିଥିଲା | ଏହାକୁ ବିରୋଧ କରି ତୃଣମୂଳ କଂଗ୍ରେସ ସମର୍ଥକମାନେ ‘ସିବିଆଇ’ ଅଫିସ୍‌ ବାହାରେ ରୁଣ୍ଡ ହୋଇଥିବା ବେଳେ ନିଜେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯାଇ ସେଠାରେ ପହଞ୍ଚିଥିଲେ । ପରେ ପରେ ତୃଣମୂଳ କଂଗ୍ରେସ ସାଂସଦ ତଥା ଓକିଲ କଲ୍ୟାଣ ବାନାର୍ଜୀ ମଧ୍ୟ ‘ସିବିଆଇ’ ଅଫିସରେ ପହଞ୍ଚିଥିଲେ। ଏହି ଖବର ପାଇ ଟିଏମସି ସମର୍ଥକ ମାନେ ସିବିଆଇ ଅଫିସ ବାହାରେ ହଙ୍ଗାମା କରିବା ସହ ପଥର ମାଡ଼ ​କରିଥିଲେ | ୬ଘଣ୍ଟା ଧରି ବସି ରହି ନିଜର ଗିରଫ ଦାବି କରିବା ପରେ ଶେଷରେ ଦିଦି ନିଜ ବାସଭବନକୁ ଫେରିଥିଲେ | ଆସିବା ସମୟରେ ଅଦାଲତ ଏହାର ନିଷ୍ପତ୍ତି ନେବେ ବୋଲି ସେ କହିଥିଲେ |

ସମ୍ବନ୍ଧିତ ଖବର