ନୂଆଦିଲ୍ଲୀ: କରୋନା ବିରୋଧରେ ଚାଲିଥିବା ଯୁଦ୍ଧରେ ଆଗଧାଡ଼ିରେ ରହୁଥିବା ସ୍ବାସ୍ଥ୍ୟକର୍ମୀମାନଙ୍କ ସୁରକ୍ଷା ପାଇଁ ସ୍ବତନ୍ତ୍ର ସୁରକ୍ଷା ଉପକରଣ ନିର୍ମାଣ କରିଛନ୍ତି ଆଇଆଇଟି ରୁଡ୍କିର ଗବେଷକ ଦଳ। ସାଧାରଣତଃ କରୋନା ପରୀକ୍ଷା ପାଇଁ ସ୍ବାବ୍ ଓ ନମୁନା ସଂଗ୍ରହ କରୁଥିବା କର୍ମୀମାନେ ଅଧିକ ପରିମାଣରେ ସଂକ୍ରମଣର ଶିକାର ହେବା ଆଶଙ୍କା ରହିଥାଏ। ତେଣୁ ସେମାନଙ୍କ ପାଇଁ ବିଶେଷ ପୋଷାକ (ପିପିଇ) ଆବଶ୍ୟକ ପଡ଼ିଥାଏ। ମାତ୍ର ସବୁ ସ୍ଥାନରେ ସମସ୍ତ ସ୍ବାବ୍ ସଂଗ୍ରହକାରୀଙ୍କୁ ଏହା ପ୍ରଦାନ କରିବା ଅତ୍ୟନ୍ତ ବ୍ୟୟବହୁଳ ହୋଇଛି। ଏହାକୁ ଦୃଷ୍ଟିରେ ରଖି ଆଇଆଇଟି ରୁଡ୍କି ପଦାର୍ଥ ବିଜ୍ଞାନ ବିଭାଗ ପ୍ରଫେସର ସୌମିତ୍ର ଶତପଥୀ ଓ ତାଙ୍କ ସହଯୋଗୀମାନେ ଏକ ସ୍ବତନ୍ତ୍ର ସାମ୍ପଲ୍ କଲେକ୍ସନ୍ ଚାମ୍ବର ନିର୍ମାଣ କରିଛନ୍ତି। ମାତ୍ର ୩୦ ହଜାର ଟଙ୍କାରେ ନିର୍ମାଣ ହୋଇଥିବା ଏହି ଚାମ୍ବର ଭିତରେ ନିରାପଦରେ ରହି ସ୍ବାସ୍ଥ୍ୟକର୍ମୀମାନେ ସ୍ବାବ୍ କି ନମୁନା ସଂଗ୍ରହ କରିପାରିବେ। ଏହି ଚାମ୍ବରରେ ଅତିବାଇଗଣି ଆଲୋକ ସହ ନେଗେଟିଭ୍ ପ୍ରେସର ଟେକ୍ନୋଲୋଜି ଉପଯୋଗ କରାଯାଇଛି। ସ୍ଥାନୀୟ ନଗର ନିଗମ ସହଯୋଗରେ ନିର୍ମିତ ଏହି ଚାମ୍ବରକୁ ରୁଡ୍କି ସିଭିଲ ହସ୍ପିଟାଲରେ ସ୍ଥାପନ କରାଯାଇଛି ସେ ନମୁନା ସଂଗ୍ରହ ଆରମ୍ଭ ହୋଇସାରିଛି। ପ୍ରଫେସର ଶତପଥୀ କହିଛନ୍ତି, ସ୍ବାସ୍ଥ୍ୟକର୍ମୀ ଏହି ଚାମ୍ବର ମଧ୍ୟରେ ରହି ନମୁନା ସଂଗ୍ରହ କରୁଥିବାରୁ ତାଙ୍କୁ ସଂକ୍ରମଣର ଆଦୌ ସମ୍ଭାବନା ନାହିଁ। ତାଙ୍କୁ ପିପିଇ ପିନ୍ଧିବା ମଧ୍ୟ ଆବଶ୍ୟକ ନାହିଁ ବୋଲି ପ୍ର. ଶତପଥୀ କହିଛନ୍ତି।
କରୋନା ଟେଷ୍ଟ ପାଇଁ ସ୍ବତନ୍ତ୍ର ଚାମ୍ବର ନିର୍ମାଣ କଲେ ଆଇଆଇଟି ରୁର୍କିର ଗବେଷକ
/sambad/media/post_attachments/wp-content/uploads/2020/04/fg87j98dg7jd98g7j9dgjjjjjjjjjjjjjjjjjjjjjjj.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)