ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ତଥା ପୂର୍ବତନ ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ୍ ଗାନ୍ଧୀଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜ୍ଜୁ କରିବା ପାଇଁ ଦିଲ୍ଲୀ ପୁଲିସ୍କୁ ନିର୍ଦ୍ଦେଶ ଦିଆଯାଉ ବୋଲି ଜଣେ ଆବେଦନକାରୀ କରିଥିବା ଆବେଦନକୁ ଦିଲ୍ଳୀର ସ୍ବତନ୍ତ୍ର ଅଦାଲତ ଶନିବାର ଖାରଜ କରି ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ରାହୁଲ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା କାରଣରୁ ତାଙ୍କ ନାମରେ ଦୋଶଦ୍ରୋହ ମାମଲା ରୁଜ୍ଜୁ କରିବା ପାଇଁ ଦିଲ୍ଲୀ ପୁଲିସକୁ ନିର୍ଦ୍ଦେଶ ଦେବାକୁ ହୋଇଥିଲା ଆବେଦନ । ଓକିଲ୍ ଯୋଗନ୍ଦେର ତୁଲି ଏହି ଅଭିଯୋଗ ଆଣିଥିଲେ।
A special court in Delhi dismisses a complaint seeking directions to Delhi Police to register FIR against Congress leader Rahul Gandhi on charges of sedition, for allegedly making a derogatory statement against Prime Minister. (file pic) pic.twitter.com/uknxXXiFXP
— ANI (@ANI) November 23, 2019
ରାହୁଲଙ୍କ ‘ପ୍ରଧାନମନ୍ତ୍ରୀ ମୋଦୀ ସୈନିକଙ୍କ ରକ୍ତ ପଛରେ ଲୁଚୁଛନ୍ତି ଓ ସେମାନଙ୍କ ତ୍ୟାଗ ସହ ‘ଦଲାଲି’ କରୁଛନ୍ତି’ ବୟାନକୁ ଆଧାର କରି ଅଭିଯୋଗ ଆଣିଥିଲେ ଓକିଲ୍ ତୁଲି। ମେ ୧୫ ତାରିଖରେ ଦିଲ୍ଲୀ ପୁଲିସ୍ ଏ ନେଇ ଏକ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ କରିଥିଲା।