ନୂଆଦିଲ୍ଲୀ: ଏକ ଗୁରୁତ୍ବପୂର୍ଣ୍ଣ କୂଟନୈତିକ ଘଟଣାକ୍ରମେ ଭାରତର ଜାତୀୟ ସୁରକ୍ଷା ପରିଷଦର ଉପଦେଷ୍ଟା (ଏନ୍ଏସ୍ଏ) ଅଜିତ ଡୋଭାଲ୍ ମଙ୍ଗଳବାର ଚୀନରେ ପହଞ୍ଚିଛନ୍ତି। ଆଜି ଉଭୟ ଦେଶର ପ୍ରତିନିଧମଣ୍ଡଳୀଙ୍କ ମଧ୍ୟରେ ହେବାକୁ ଥିବା ବୈଠକରେ ସାମିଲ ହେବେ ଭାରତର ଜାତୀୟ ସୁରକ୍ଷା ପରାମର୍ଶ ଦାତା।
ଏହି ଆଲୋଚନା ପୂର୍ବରୁ ଆଜି ଚୀନର ବିଦେଶ ମନ୍ତ୍ରଣାଳୟ ମୁଖପାତ୍ର ଲିନ୍ ଜିଆନ୍ କହିଛନ୍ତି, ଅକ୍ଟୋବର ୨୪ ବ୍ରିକ୍ସ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀ ଓ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ଙ୍କ ମଧ୍ୟରେ ହୋଇଥିବା ଆପୋସ ବୁଝାମଣାରେ ସୃଷ୍ଟି ହୋଇଥିବା ପ୍ରତିବଦ୍ଧତାକୁ ସମ୍ମାନ ଦେବାକୁ ଚୀନ ପ୍ରସ୍ତୁତ।
ଚୀନ ସହ ଏଲଏସି ବିବାଦ ଭିତରେ ଡୋଭାଲଙ୍କ ଚୀନଙ୍କ ଗସ୍ତ ଭାରତ ପାଇଁ ବେଶ ଗୁରୁତ୍ବ ବହନ କରୁଛି । ଗଲୱାନ ଘାଟି ହିଂସାକାଣ୍ଡ ପରଠୁ ଏହା ହେଉଛି ଅଜିତ ଡୋଭାଲଙ୍କ ପ୍ରଥମ ଚୀନ ଗସ୍ତ । ଶେଷଥର ପାଇଁ ୨୦୧୯ ମସିହାରେ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଚୀନ ଗସ୍ତ କରିଥିଲେ । ଗଲୱାନ ଘାଟି ହିଂସା ପରଠୁ ଉଭୟ ଦେଶ ମଧ୍ୟରେ ତିକ୍ତତା ଚାଲିଛି । ଏହାପୂର୍ବରୁ ଡୋଭାଲ ସେପ୍ଟେମ୍ୱର ୧୨ରେ ରୁଷରେ ଚୀନ ବୈଦେଶିକ ମନ୍ତ୍ରୀଙ୍କୁ ଭେଟିଥିଲ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2024/12/18/IizZ8MtJGHbG5AbgGLv5.jpg)