ଏହି ସ୍ୱତନ୍ତ୍ର ଲଫାପାରେ ରାକ୍ଷୀ ପୂର୍ଣ୍ଣିମା ଆଗରୁ ପହଞ୍ଚିଯିବ ରାକ୍ଷୀ

ନୂଆଦିଲ୍ଲୀ: ଭାଇ ଭଉଣୀଙ୍କ ସ୍ନେହ ଓ ଭଲପାଇବାର ଅତୁଟ ପର୍ବ ରାକ୍ଷୀ ପୂର୍ଣ୍ଣିମାକୁ ଆଉ ମାତ୍ର କିଛି ଦିନ ରହିଛି | ତେବେ ଅଧିକାଂଶ ସମୟରେ ଦେଖାଯାଇଥାଏ ଯେ ଭାଇ ଦୂରରେ ଥିଲେ ଭଉଣୀ ଡାକ ମାଧ୍ୟମରେ ରାକ୍ଷୀ ପଠାଇଥାଏ | କିନ୍ତୁ ବିଳମ୍ବ ଯୋଗୁଁ ରାକ୍ଷୀଟି ଭାଇ ପାଖରେ ଠିକ ସମୟରେ ପହଂଚିପାରିନଥାଏ | ଏସବୁ ସମସ୍ୟାକୁ ଦୃଷ୍ଟିରେ ରାକ୍ଷୀ ଭାରତୀୟ ଡାକ ବିଭାଗ ଏକ ସ୍ୱତନ୍ତ୍ର ଲଫାପା ପ୍ରସ୍ତୁତ କରିଛି |

ଅନ୍ୟପଟେ ଏଥର କରୋନା ମହାମାରୀ ଯୋଗୁଁ ଲାଗୁ ହୋଇଥିବା ଲକଡାଉନ ଓ ସଂକ୍ରମଣ ଭୟ ପାଇଁ ଭଉଣୀଟିଏ ଭାଇ ଘରକୁ ଯିବା ମଧ୍ୟ କାଠିକର ପାଠ ହୋଇପଡିଛି | ଏଭଳି ସ୍ଥିତିରେ ରାକ୍ଷୀ ପଠାଇବା ପାଇଁ ଭଉଣୀମାନେ ଏହି ଲଫାପାକୁ ବ୍ୟବହାର କରିପାରିବେ |

photo-ani

ଡାକ ବିଭାଗ ଏକ ସ୍ୱତନ୍ତ୍ର ଲଫାପା ଜାରି କରି ପ୍ରତିଶୃତି ଦେଇଛି ଯେ ଜଣେ ଭଉଣୀର ରାକ୍ଷୀକୁ ଗୁରୁତ୍ୱ ଦେଇ ଭାଇ ପାଖରେ ପହଁଚାଇବାର ସମସ୍ତ ବ୍ୟବସ୍ଥା କରାଯିବ | ଏହି ଲଫାପାର ନାମ ‘ରାକ୍ଷୀ ଏନଭଲପ୍’ ଲେଖାଯାଇଛି | ଏହାର ବିଶେଷତ୍ୱ ହେଉଛି ଯେ ଏହାକୁ ଯାଞ୍ଚ କରିବାର ଆବଶ୍ୟକତା ନାହିଁ ଯାହାଫଳରେ ନିର୍ଦ୍ଧାରିତ ସ୍ଥାନରେ ଏହା ଠିକ୍ ସମୟରେ ପହଞ୍ଚିବ | ଏହି ଲଫାପାର ମୂଲ୍ୟ ୧୦ ଟଙ୍କା ରଖାଯାଇଛି |

ସମ୍ବନ୍ଧିତ ଖବର