ନୂଆଦିଲ୍ଲୀ : ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ଏବଂ ଆପ୍ ନେତା ସତ୍ୟେନ୍ଦ୍ର ଜୈନଙ୍କୁ ତିହାର ଜେଲ୍ରେ ସ୍ବତନ୍ତ୍ର ସୁବିଧା ମିଳୁଥିବା ନେଇ ଅଭିଯୋଗ ହେବାପରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ଏହି ପ୍ରସଙ୍ଗରେ ଦିଲ୍ଲୀ ମୁଖ୍ୟ ସଚିବଙ୍କଠାରୁ ରିପୋର୍ଟ ମାଗିଛନ୍ତି। ଉଲ୍ଲେଖଯୋଗ୍ୟ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗତ ସୋମବାର ଦିନ କହିଥିଲେ ଯେ ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇ ଜେଲ୍ରେ ଥିବା ସତ୍ୟେନ୍ଦ୍ର ଜୈନଙ୍କୁ ତିହାର ଜେଲ୍ରେ ସ୍ବତନ୍ତ୍ର ସୁବିଧା ମିଳୁଛି। ଜୈନ ଜେଲ୍ରେ ମସାଜ୍ ହେଉଥିବାର ଏକ ସିସିଟିଭ୍ ଫୁଟେଜ୍ ମଧ୍ୟ ଇଡି ଦ୍ବାରା କୋର୍ଟରେ ଦାଖଲ କରାଯାଇଛି। କେନ୍ଦ୍ର ଗୃହ ମନ୍ତ୍ରାଳୟ ଉକ୍ତ ବିଷୟକୁ ଅତି ଗମ୍ଭୀରତାର ସହ ଗ୍ରହଣ କରିଛନ୍ତି ଏବଂ ମାମଲାରେ ଦିଲ୍ଲୀ ମୁଖ୍ୟ ସଚିବଙ୍କଠାରୁ ଜବାବ ମାଗିଛନ୍ତି।
ତିହାର ଜେଲ୍ରେ ଜୈନଙ୍କୁ ସ୍ବତନ୍ତ୍ର ସୁବିଧା: ରିପୋର୍ଟ ମାଗିଲେ ଗୃହ ମନ୍ତ୍ରାଳୟ
/sambad/media/post_attachments/wp-content/uploads/2022/06/jain.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)