ମାଲେସିଆରୁ ସ୍ବତନ୍ତ୍ର ବିମାନ ଯୋଗେ ଫେରିବେ ୧୦୪ ଭାରତୀୟ

ନୂଆଦିଲ୍ଲୀ: ମା‌ଲେସିଆର କ୍ବାଲା ଲମ୍ପୁର ବିମାନ ବନ୍ଦରରୁ ସ୍ବତନ୍ତ୍ର ବିମାନ ଯୋଗେ ୧୦୪ ଭାରତୀୟଙ୍କୁ ସ୍ବଦେଶ ଅଣାଯିବ। କ୍ବାଲାଲମ୍ପୁରରେ ଏବେ ୩୦୦ ଭାରତୀୟ ନାଗରିକ ଥିବା ଜଣାପଡ଼ିଥିଲେ ମଧ୍ୟ ସେମାନଙ୍କ ମଧ୍ୟରୁ କେବଳ ୧୦୪ ଜଣଙ୍କୁ ଫେରାଇବାପାଇଁ ପ୍ରକ୍ରିୟା ଶେଷ ହୋଇଛି। ଏୟାର ଏସିଆ ବିମାନରେ ଯେଉଁ ୧୦୪ ଜଣ ଭାରତୀୟ ଫେରିବେ ସେହି ବିମାନରେ ନୂଆଦିଲ୍ଲୀରେ ଫସିଥିବା ନାଗରିକମାନେ ପୁଣିଥରେ ମାଲେସିଆ ‌ଫେରିଯିବେ। ମାର୍ଚ୍ଚ ୧୭ ତାରିଖରେ ଭାରତ ସରକାର ୪୦୫ ଭାରତୀୟଙ୍କୁ ଆଣିବାପାଇଁ ଦୁଇଟି ସ୍ବତନ୍ତ୍ର ଏୟାର୍‌ ଏସିଆ ବିମାନକୁ ସ୍ବୀକୃତି ଦେଇଥିଲେ।

ସମ୍ବନ୍ଧିତ ଖବର