ସ୍ୱତନ୍ତ୍ର ବିମାନ ଯୋଗେ ଦିଲ୍ଲୀରୁ ଆମେରିକା ଯିବେ ଭାରତରେ ଫସିଥିବା ୧୦୦ ଆମେରିକୀୟ ନାଗରିକ

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ରୋକିବା ପାଇଁ ସାରା ଭାରତକୁ ଲକଡାଉନ କରାଯିବ ପରେ ପ୍ରାୟ ୧୦୦ଜଣ ଆମେରିକୀୟ ନାଗରିକ ଭାରତରେ ଫସି ରହିଥିଲେ | ବର୍ତ୍ତମାନ ସେମାନଙ୍କୁ ଆମେରିକା ଫେରାଇନେବା ପାଇଁ ଏକ ସ୍ୱତନ୍ତ୍ର ବିମାନର ବ୍ୟବସ୍ଥା କରାଯାଇଛି |  ଆଜି ୧୦୦ଜଣ ଆମେରିକୀୟ ନାଗରିକ କୋଲକାତାରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ। ଦିଲ୍ଲୀରୁ ଯାତ୍ରୀମାନେ ଆମେରିକା ପାଇଁ ୟୁନାଇଟେଡ୍ ଏୟାରଲାଇନ୍ସର ଏକ ସ୍ୱତନ୍ତ୍ର ବିମାନ ଯୋଗେ ଆମେରିକାକୁ ଯାତ୍ରା ଆରମ୍ଭ କରିବେ ବୋଲି ଜଣା ପଡିଛି।

Coronavirus: India evacuates 7 Maldivian citizens from Wuhan; FM ...
DNA India

ସେହିଭଳି ଭାବରେ କରୋନାଭାଇରସ୍ ପାଇଁ ସାରା ଭାରତ ଲକଡାଉନ ଥିବାରୁ ଭାରତରେ ଅଟକି ରହିଥିବା ବ୍ରିଟିଶ ନାଗରିକମାନଙ୍କୁ ଘରକୁ ଫେରାଇନେବା ପାଇଁ ବ୍ରିଟେନ ପ୍ରଥମ ସାତଟି ଚାର୍ଟର୍ ବିମାନ ଘୋଷଣା କରିଛି । ଚାର୍ଟର୍ ବିମାନଗୁଡିକ ଗୋଆ, ମୁମ୍ବାଇ ଏବଂ ନୂଆଦିଲ୍ଲୀରୁ ଲଣ୍ଡନ ଅଭିମୁଖେ ଯାତ୍ରା କରିବ | ଗୋଆରୁ ଏପ୍ରିଲ ୮, ୧୦ ଏବଂ ୧୨ତାରିଖରେ ଚାର୍ଟର୍ ବିମାନ ଲଣ୍ଡନ ଅଭିମୁଖେ ଯାତ୍ରା କରିବାକୁଥିବା ବେଳେ ମୁମ୍ବାଇରୁ ଏପ୍ରିଲ ୯ ଏବଂ ୧୧ତାରିଖ ଓ ନୂଆଦିଲ୍ଲୀରୁ ୯ ଏବଂ ୧୧ତାରିଖରେ ଚାର୍ଟର୍ ବିମାନ ଲଣ୍ଡନ ଅଭିମୁଖେ ଯାତ୍ରା କରିବ | ବ୍ରିଟିଶ ଯାତ୍ରୀମାନେ ସିଟ୍ ସଂରକ୍ଷଣ କରିବା ପାଇଁ ସମ୍ପୃକ୍ତ ସହରଗୁଡିକରେ ଥିବା ବୁକିଂ ପୋର୍ଟାଲକୁ ତୁରନ୍ତ ଯିବା ଉଚିତ୍ | ତେବେ ଭାରତର ଅନ୍ୟାନ୍ୟ ସ୍ଥାନରୁ ବ୍ରିଟିଶ ନାଗରିକଙ୍କୁ ନେବା ପାଇଁ ଅଧିକ ବିମାନ ଉଡ଼ାଣ ବିଷୟରେ ସୂଚନା ଖୁବ୍ ଶୀଘ୍ର ସାମ୍ନାକୁ ଆସିବ ବୋଲି ଜଣା ପଡିଛି |

ସମ୍ବନ୍ଧିତ ଖବର