ସର୍ଜିକାଲ ଷ୍ଟ୍ରାଇକ କରିଥିବା ଯବାନ ଏବେ ଏହି ଦେଶର ସେନାକୁ ଦେବେ ଟ୍ରେନିଂ

ନୂଆଦିଲ୍ଲୀ: ଉରୀ ଆକ୍ରମଣ ପରେ ପାକିସ୍ତାନରେ ଲୁଚିଥିବା ଆତଙ୍କବାଦୀଙ୍କୁ ପାନେ ଦେବା ପାଇଁ ଭାରତୀୟ ସେନା ପକ୍ଷରୁ ସର୍ଜିକାଲ ଷ୍ଟ୍ରାଇକ କରାଯାଇଥିଲା | ଆଉ ସର୍ଜିକାଲ ଷ୍ଟ୍ରାଇକରେ ଅଂଶଗ୍ରହଣ କରିଥିବା ଭାରତୀୟ ସେନାର ସାହସୀ ଯବାନଙ୍କ ବୀରତ୍ୱ ତ ଆପଣଙ୍କର ମନେ ଥିବ | ଦେଶର ଏହି ସ୍ପେଶାଲ ଫୋର୍ସଙ୍କ ସୁଚିନ୍ତିତ ରଣନୀତି ବାବଦରେ ଜାଣିବାକୁ ଆଗ୍ରହ ପ୍ରକାଶ କରିଛନ୍ତି କିଛି ଦେଶ | ଆଉ ଏହି ସବୁ ଦେଶର ଯବାନଙ୍କୁ ଏବେ ଟ୍ରେନିଂ ଦେବାକୁ ସମ୍ମତି ପ୍ରକାଶ କରିଛନ୍ତି ସ୍ପେଶାଲ ଫୋର୍ସର ଯବାନ | ମିଳିଥିବା ସୂଚନା ମୁତାବକ ଅଷ୍ଟ୍ରେଲିଆ, ମଧ୍ୟ-ଏସିଆ ଦେଶ, ଆମେରିକାର ସୈନିକଙ୍କୁ ଟ୍ରେନିଂ ଦିଆଯିବ |

ତେବେ ପ୍ରାରମ୍ଭିକ ଭାବେ ଭାରତୀୟ ସେନାର ସ୍ପେଶାଲ ଫୋର୍ସ ଏବେ ତୁର୍କମେନିସ୍ତାନର ସୈନିକଙ୍କୁ ଏବେ ଟ୍ରେନିଂ ଦେବା ଆରମ୍ଭ କରିଛି | ଆତଙ୍କବାଦୀଙ୍କ ସହ ଲଢେଇ ସହ ଗୁପ୍ତ ଅପରେସନକୁ କିଭଳି କାର୍ଯ୍ୟକାରୀ କରାଯିବ ସେ ବାବଦରେ ଏବେ ସ୍ପେଶାଲ ଫୋର୍ସ ଟ୍ରେନିଂ ଦେଉଛନ୍ତି |

ଆଉ କିଛି ଦିନ ପରେ ସ୍ପେଶାଲ ଫୋର୍ସର ଯବାନ ଅଷ୍ଟ୍ରେଲିଆ, ମଧ୍ୟ-ଏସିଆ ଦେଶ, ଆମେରିକାର ସୈନିକଙ୍କୁ ମଧ୍ୟ ଟ୍ରେନିଂ ଦେବେ | ସୂଚନା ଥାଉ କି ଭାରତରେ ସ୍ପେଶାଲ ଫୋର୍ସର ଗଠନ ୧୯୬୫ ମସିହାରେ କରାଯାଇଥିଲା | ସ୍ପେଶାଲ ଫୋର୍ସର ସଫଳତା ବାବଦରେ କହିବାକୁ ଗଲେ ପାକିସ୍ତାନ ଅଧିକୃତ କାଶ୍ମୀରରେ ସର୍ଜିକାଲ ଷ୍ଟ୍ରାଇକ ଛଡା ମିଆଁମାରରେ ସ୍ପେଶାଲ ଅପରେସନ କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ |

ସମ୍ବନ୍ଧିତ ଖବର