ନଦୀପଠାରେ ଚାଲିଛି ଆଇଏଏସ କୋଚିଂ, ମାଗଣାରେ ପଢ଼ନ୍ତି ୩ ହଜାର ଛାତ୍ରଛାତ୍ରୀ

ପାଟନା: କଠିନ ପରିଶ୍ରମ କରିବା ସହ ଉପଯୁକ୍ତ ଗାଇଡ଼ ମିଳିଲେ ହିଁ ଜଣେ ଛାତ୍ର ୟୁପିଏସସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇପାରିଥାନ୍ତି | ତେବେ କଠିନ ପରିଶ୍ରମ, ତ୍ୟାଗ ଏବଂ ଜୀବନ ସହ ସଂଘର୍ଷର ଏହିପରି ଅନେକ କାହାଣୀ ବିହାର ପାଟନାର ଗଙ୍ଗା ଘାଟରେ ଚାଲିଥିବା ‘ଷ୍ଟଡି ଘାଟ’ରୁ ଆପଣ ପାଇପାରିବେ |

ଏଠାରେ ଗରିବ ଓ ମଧ୍ୟବିତ୍ତ ପିଲାମାନଙ୍କୁ ୟୁପିଏସସି କୋଚିଂ ଦେବାପାଇଁ ଏକ ନିଆରା କ୍ଲାସ ଚାଲିଥାଏ | ‘ଷ୍ଟଡି ଘାଟ’ରେ ପ୍ରତିଦିନ ପ୍ରାୟ ୩୫୦୦ ଛାତ୍ରଛାତ୍ରୀ ମାଗଣାରେ ପାଠ ପଢ଼ିଥାନ୍ତି | ଆପଣ ନିଶ୍ଚୟ ଦେଖିଥିବେ ଯେ ୟୁପିଏସସି କୋଚିଂ ପାଇଁ ଭଲ ଶିକ୍ଷାଦାନର ଆବଶ୍ୟକତା ଥିବାବେଳେ କୋଚିଂ ଫି ବହୁତ ଅଧିକ ରହୁଛି |

ଏଭଳି ପରିସ୍ଥିତିରେ ଆର୍ଥିକ ଦୁର୍ବଳ ପରିବାରରୁ ଆସୁଥିବା ପିଲାମାନେ ପ୍ରାୟତଃ ଭଲ ତାଲିମ ପାଆନ୍ତି ନାହିଁ | ଏଭଳି ପରିସ୍ଥିତିରେ ଏହି ପିଲାମାନଙ୍କୁ ସାହାଯ୍ୟ କରିବା ପାଇଁ ‘ଷ୍ଟଡି ଘାଟ’ ଆଗକୁ ଆସିଛି | ଆଉ ଏଥିରେ ପିଲାମାନଙ୍କୁ ମାଗଣାରେ ପାଠ ପଢ଼ାଉଥିବା ଶିକ୍ଷକ ଜଣକ ହେଉଛନ୍ତି ପୂର୍ବତନ ଆଇଏଏସ୍ ଅଧିକାରୀ ଅରୁଣ କୁମାର | ସେ କହିଛନ୍ତି, ଯେ ଦିନେ ମୋର ପତ୍ନୀ ଦେଖିଲେ ଯେ ଗଙ୍ଗା ନଦୀ ପଠାରେ କିଛି ପିଲା ପାଠ ପଢୁଛନ୍ତି | ଏହା ଦେଖି ସେ ମୋତେ ସେମାନଙ୍କୁ ୟୁପିଏସସି ପରୀକ୍ଷା ପାଇଁ ପାଠ ପଢ଼ାଇବାକୁ କହିଲେ | ଆଉ ମୁଁ ସ୍ଥିର କଲି ଯେ ପିଲାମାନଙ୍କୁ ୟୁପିଏସସି ପରୀକ୍ଷା ପାଇଁ ପଢାଇବି |ପ୍ରତିଦିନ ସକାଳ ୬ ରୁ ୭:୩୦ ମଧ୍ୟରେ ଏଠାରେ କ୍ଲାସ୍ ଅନୁଷ୍ଠିତ ହୁଏ ଏବଂ ବାକି ସମୟ ମଧ୍ୟ ଛାତ୍ରମାନେ ଏଠାରେ ବସି ଅଧ୍ୟୟନ କରନ୍ତି |

ଏହା ସହିତ, ଏହି ସମୟରେ ପିଲାମାନଙ୍କର ପରୀକ୍ଷା ମଧ୍ୟ କରାଯାଇଥାଏ | ଜାଫର ଅଲି ନାମକ ଜଣେ ଛାତ୍ର କହିଛନ୍ତି, “ମୁଁ ୟୁପିଏସସି କୋଚିଂ ପାଇଁ ବହୁତ ଖୋଜିଥିଲି, କିନ୍ତୁ କୌଣସି କୋଚିଂ ପାଇଲି ନାହିଁ | ତା’ପରେ ଯେତେବେଳେ ମୁଁ ଏଠାରେ କ୍ଲାସ୍ ହେଉଥିବାର ଦେଖିଲି, ଏଠାରେ ଯୋଗ ଦେଲି ଓ ସାରଙ୍କ ପାଖରୁ ବହୁତ କିଛି ଶିଖୁଛି | ସାର୍ ବହୁତ ଭଲ ଶିକ୍ଷା ଦିଅନ୍ତି, ଯେ କୌଣସି ବି ପ୍ରସଙ୍ଗ ହେଉ, ଆପଣ ସାରଙ୍କୁ ପଚାରିପାରିବେ’ | ସୂଚନା ଥାଉ କି ଏହି ଘାଟରେ ପଢ଼ୁଥିବା ଅନେକ ପିଲା ୟୁପିଏସସିରେ ସଫଳତା ମଧ୍ୟ ପାଇଛନ୍ତି |

ସମ୍ବନ୍ଧିତ ଖବର