ନୂଆଦିଲ୍ଲୀ : ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀରେ ଦେଶର ସହସ୍ରାଧିକ ଅପରାଧୀଙ୍କୁ ସର୍ବକ୍ଷମା ସ୍କିମ୍ରେ ଜେଲ୍ରୁ ମୁକ୍ତ କରାଯିବ ବୋଲି ଜଣାଯାଇଛି। ଦଣ୍ଡାଦେଶର ଅଧା ସମୟ ଜେଲରେ ବିତାଇଥିବା ୫୫ ବର୍ଷ ଓ ତଦୂର୍ଧ୍ୱ ବୟସର ମହିଳା ଓ ୬୦ ବର୍ଷ ବା ତଦୂର୍ଧ୍ୱ ବୟସର ପୁରୁଷ ଅପରାଧୀଙ୍କୁ ଏହି ସୁଯୋଗ ମିଳିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। କିନ୍ତୁ ଯୌତୁକଜନିତ ହତ୍ୟା, ଦୁଷ୍କର୍ମ, ମାନବଚାଲାଣ ଭଳି କେତେକ ଘଟଣାରେ ଏହି ସ୍କିମ୍ ଲାଗୁ ହେବନାହିଁ।
ଗାନ୍ଧିଜୀଙ୍କ ୧୫୦ତମ ଜନ୍ମବାର୍ଷିକୀରେ ଅପରାଧୀଙ୍କୁ ମିଳିବ ସର୍ବକ୍ଷମା
/sambad/media/post_attachments/wp-content/uploads/2018/07/mahatma.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)