ନୂଆଦିଲ୍ଲୀ: ଟ୍ରମ୍ପଙ୍କ ମୁଣ୍ଡରେ ଚାଲିଛି କଣ ? ଭାରତ ଉପରେ କାହିଁକି ରାଗ ସୁଝାଉଛନ୍ତି ଆମେରିକାର ରାଷ୍ଟ୍ରପତି ? ରୁଷ ଉପର ରାଗ ଜାଣିଶୁଣି ଭାରତ ଉପରେ ସୁଝାଉଛନ୍ତି କି ? କଣ ପାଇଁ ଭାରତ ଉପରେ କଟକଣା ଲଗାଉଛନ୍ତି ଆଉ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ମତ ଦେଉଛନ୍ତି ଟ୍ରମ୍ପ ? ଯେତେବେଳେ ସାରା ବିଶ୍ବ ଉପରେ ଟ୍ରମ୍ପ ଟାରିଫ ବୋମା ଫିଙ୍ଗିଛନ୍ତି ଆଉ ଅଗଷ୍ଟ ୧ରୁ ଏହା ଲାଗୁ ହେବା ସହ ଆମେରିକାରେ କିଛି ପରିବର୍ତ୍ତନ ଆସୁଥିବା ନେଇ ସେ କହିଛନ୍ତି ସେତେବେଳେ ଟ୍ରମ୍ପଙ୍କ ମୁଣ୍ଡରେ କଣ ଚାଲିଛି ? ଆଗାମୀ ଦିନରେ କଣ ତାଙ୍କର ଯୋଜନା ରହିଛି ସେନେଇ ଏବେ ଚର୍ଚ୍ଚା ଚାଲିଛି । ଭାରତ ଏବଂ ମୋଦୀଙ୍କୁ ବନ୍ଧୁ କହି ଶୁଳ୍କର ବନ୍ଧୁକ ଲଗାଇ ବଇରୀ ସାଜିଥିବା ଟ୍ରମ୍ପଙ୍କର ପାକିସ୍ତାନ ପ୍ରୀତି ଜଣାପଡିବା ପରେ ସେ କାହିଁକି ଭାରତ ଉପରେ ଚିହିଁକି ଉଠିଛନ୍ତି ତାର କାରଣ ଖୋଜା ଚାଲିଛି ।

Advertisment

trump pakistan

କୁହାଯାଉଛି ଡୋନାଲ୍ଡଙ୍କ ଡିନର ନିମନ୍ତ୍ରଣକୁ ମୋଦୀ ମନାକରିବାର ଇଏ ପରିଣାମ । ମାନେ ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦୀ କାନାଡା ଗସ୍ତରେ ଥିଲେ ସେତେବେଳେ ଟ୍ରମ୍ପ ମୋଦୀଙ୍କୁ ଡିନର ପାଇଁ ନିମନ୍ତ୍ରଣ କରିଥିଲେ । ଡିନର ଟେବୁଲରେ ହୁଏତ ଦୁଇ ଶୀର୍ଷ ନେତୃତ୍ବ ଦୁଇ ଦେଶର ଅର୍ଥନୀତି ଏବଂ  ନେଇ ଡିଲ୍ କରିଥାନ୍ତେ । କାରଣ ପୂର୍ବରୁ ଭାରତ ସହ ଏକ ବଡ଼ ବ୍ୟବସାୟ ନେଇ ବୁଝାମଣା ହେବାର ଅଛି ବୋଲି ଟ୍ରମ୍ପ କହିଥିବା ବେଳେ ହୁଏତ ସେହି ଡିନର ଟେବୁଲରେ ଟ୍ରେଡ୍ କଥା ପଡିଥାନ୍ତା । ମାତ୍ର ମୋଦୀ ଓଡିଶା ଗସ୍ତରେ ଆସିବାର ଥିବାରୁ ଟ୍ରମ୍ପଙ୍କ ନିମନ୍ତ୍ରଣକୁ ନମ୍ରତାର ସହ ମନା କରି ଦେଇ ସେ ଜଗନ୍ନାଥ ଧାମ ଆସିଥିବା ଓଡିଶାରେ ଆସି କହିଥିଲେ । 

mt

କୁହାଯାଉଛି ବୋଧହୁଏ ସେହି ଦିନ ଠାରୁ ଟ୍ରମ୍ପ ଯେଉଁ ଟ୍ରେଡ୍ କଥା ଭାରତ ସହ ହୋଇଥାନ୍ତେ ତାହା ପାକିସ୍ତାନ ସହ ହୋଇଛନ୍ତି । କାରଣ ଗତ କିଛି ଦିନ ହେବ ଆପଣ ଯଦି ଟ୍ରମ୍ପଙ୍କ ଏକ୍ସ ହ୍ୟାଣ୍ଡେଲକୁ ଦେଖିବେ ତାହାଲେ ସେ ବିଭିନ୍ନ ରାଷ୍ଟ୍ର ସହ ବ୍ୟବସାୟ ବାଣିଜ୍ୟ ନେଇ ଜୋରଦାର ଆଲୋଚନା କରୁଛନ୍ତି, ଡିଲ୍ ଫାଇନାଲ କରୁଛନ୍ତି । ଯାହା ସେ ଅଗଷ୍ଟ ୧ରୁ ଲାଗୁ କରିବେ । ଆଉ ସେହି ଅନୁସାରେ ଟ୍ରମ୍ପ ଭାରତକୁ ଟାରିଫ କଷି, ଭାରତର ଶତ୍ରୁ ଦେଶ ସହ ବ୍ୟବସାୟ କରିବାକୁ ହାତ ବଢାଇଛନ୍ତି ।

ଟ୍ରମ୍ପଙ୍କ ସୋସିଆଲ ମିଡିଆରେ ତାଙ୍କୁ ଡିଲ ମେକର୍ ବୋଲି ସମ୍ବୋଧନ କରି ଏକ ଫଟୋ ପୋଷ୍ଟ ହୋଇଥିବା ବେଳେ ହୁଏତ ଡିନର ଡିଲ୍ ବାତିଲ ଆଜିର ଟାରିଫ ଏବଂ ଅନ୍ୟ ୭ କମ୍ପାନୀ ଉପରେ ବିନା କାରଣରେ କଟକଣାର କାରଣ ହୋଇପାରେ ବୋଲି ଚର୍ଚ୍ଚା ହେଉଛି ଭାରତର ଶତ୍ରୁ ରାଷ୍ଟ୍ର ପାକିସ୍ତାନ ସହ ବଡ଼ ତୈଳ ଡିଲ୍ ନେଇ ଘୋଷଣା କରିଛନ୍ତି ଟ୍ରମ୍ପ । ପାକିସ୍ତାନରେ ବିଶାଳ ତୈଳ ଭଣ୍ଡାର ଖୋଲିବାକୁ ଘୋଷଣା କରିଛନ୍ତି । ଏପରିକି ଆଗାମୀ ଦିନରେ ତୈଳ ପାଇଁ ଭାରତ, ପାକିସ୍ତାନ ଉପରେ ନିର୍ଭର କରିବ ବୋଲି ସେ ଦାବି କରିଛନ୍ତି । ଡୋନାଲ୍ଡ ଟ୍ରମ୍ପଙ୍କ ଏଭଳି ଦୋମୁହାଁ ନୀତିକୁ ନେଇ ଜାତୀୟ ସ୍ତରରେ ସମାଲୋଚନା କରାଯାଉଥିବା ବେଳେ ଭାରତର ଶତ୍ରୁ ରାଷ୍ଟ୍ରକୁ ଟ୍ରମ୍ପ କାହିଁକି ଏତେ ଭରସା କରୁଛନ୍ତି, ତାକୁ ନେଇ ଉଠିଛି ପ୍ରଶ୍ନ ।

ସେପଟେ ପୁଣି ଭାରତ ଏବଂ ରୁଷ ଉପରେ ଖପ୍ପା ହୋଇ ଏକ ଟ୍ବିଟ୍ କରି ଟ୍ରମ୍ପ କହିଛନ୍ତି- 

ତେବେ ଅନ୍ୟପଟେ ଭାରତ ଉପରେ ଟ୍ରମ୍ପଙ୍କ ରୋଷ ପଛରେ ରୁଷ ବୋଲି ବି ଚର୍ଚ୍ଚା ହେଉଛି । ଟ୍ରମ୍ପ ଭାରତ ବିରୋଧରେ କାହିଁକି ୨୫ ପ୍ରତିଶତ ଶୁଳ୍କ ଲଗାଇଲେ ଏହାର ପ୍ରକୃତ କାରଣ ହେଉଛି ରୁଷ । କାରଣ ରୁଷ ଉପରେ ଚାପ ପକାଇବା ପାଇଁ ଆମେରିକା ଭାରତ ଉପରେ ଅର୍ଥନୈତିକ ଆକ୍ରମଣ କରିବାକୁ ପ୍ରସ୍ତୁତି କରୁଛି ।