ମା’ଙ୍କ ମୃତ୍ୟୁ ପରେ ଘରୁ ତଡ଼ିଦେଲେ ବାପା, ଅଜା-ଆଈଙ୍କ ପ୍ରଚେଷ୍ଟା ଯୋଗୁଁ ସିବିଏସଇ ଟପ୍ପର ହେଲେ ଏହି ଝିଅ

ପାଟନା: କୁହାଯାଏ ଦୁଃଖ ସମସ୍ତଙ୍କ ଜୀବନରେ ଆସିଥାଏ, କିନ୍ତୁ ସେହି ଦୁଃଖକୁ ଭୁଲି ନିଜ ଚେଷ୍ଟା ବଳରେ ଜଣେ ସଫଳ ହୋଇପାରିଥାଏ | ଆଜି ଆମେ ଆପଣଙ୍କୁ ଏମିତି ଜଣେ ଝିଅଙ୍କ ବାବଦରେ କହିବୁ ଯିଏ ନିଜ ଜୀବନରେ ବହୁତ କଷ୍ଟ ସହି ମଧ୍ୟ ଏବେ ସଫଳତା ପାଇଛନ୍ତି | ବିହାର ସିବିଏସଇ ଦଶମ ପରୀକ୍ଷାରେ ସେ ଟପ୍ପର ହୋଇ ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି | ବିହାରର ଶ୍ରୀଜା ମଧ୍ୟ ଖୁବ୍ କମ୍ ବୟସରେ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। ବିହାରରେ ସିବିଏସ୍ଇ ଦଶମ ପରୀକ୍ଷାରେ ଶ୍ରୀଜା ଟପ୍ପର ହୋଇଛନ୍ତି | ଶ୍ରୀଜା ଏତେ କମ୍ ବୟସରେ ବହୁତ କଷ୍ଟ ସହିଛନ୍ତି | ଯେତେବେଳେ ତାଙ୍କ ଆଈ ଏବାବଦରେ ବଖାଣିଥିଲେ ସେତେବେଳେ ତାଙ୍କ ଆଖି ମଧ୍ୟ ଓଦା ହୋଇଯାଇଥିଲା |

୯୯.୪ ପ୍ରତିଶତ ମାର୍କ ରଖି ସିବିଏସଇ ଦଶମ ପରୀକ୍ଷାରେ ଶ୍ରୀଜା ଟପ୍ପର ହୋଇଛନ୍ତି | ଆଉ ଏହି ସଫଳତାକୁ ନେଇ ତାଙ୍କ ଆଈ କୃଷ୍ନା ଦେବୀ କହିଛନ୍ତି ଯେ ଯେତେବେଳେ ଶ୍ରୀଜାଙ୍କୁ ମାତ୍ର ଚାରି ବର୍ଷ ହୋଇଥିଲା, ସେତେବେଳେ ତାଙ୍କ ମା’ଙ୍କର ମୃତ୍ୟୁ ହୋଇଯାଇଥିଲା । ମା’ଙ୍କ ଦେହାନ୍ତ ପରେ ଶ୍ରୀଜାଙ୍କ ବାପା ଦ୍ଵିତୀୟ ବିବାହ କରି ତାଙ୍କୁ ଘରୁ ବାହାର କରିଦେଇଥିଲେ | ଆଉ ଏହି ସମୟରେ ଦେବଦୂତ ଭଳି ସାମ୍ନାକୁ ଆସିଥିଲେ ଶ୍ରୀଜାଙ୍କ ଅଜା-ଆଈ | ଅଜା-ଆଈ ଶ୍ରୀଜା ଏବଂ ତାଙ୍କ ସାନ ଭଉଣୀଙ୍କୁ ସାଙ୍ଗରେ ଆଣିଥିଲେ | ଅଜା-ଆଈ ଶ୍ରୀଜା ଏବଂ ତାଙ୍କ ସାନ ଭଉଣୀଙ୍କୁ ପାଠ ପଢ଼ାଇବା ସହ ଦେଖାଶୁଣା କରିଥିଲେ |

नानी ने कहा- नातिन ने पूरे परिवार और गांव का मान बढ़ाया
Photo-One india

ଶ୍ରୀଜା ପାଟନାର ଡ଼ିଏଭି ବୋର୍ଡ ସ୍କୁଲର ଛାତ୍ରୀ ହୋଇଥିବାବେଳେ ଚଳିତବର୍ଷ ସିବିଏସଇ ଦଶମ ପରୀକ୍ଷାରେ ୯୯.୪ ପ୍ରତିଶତ ମାର୍କ ହାସଲ କରିଛନ୍ତି। ଶ୍ରୀଜାଙ୍କ ଦୁଇ ମାମୁଁ ମଧ୍ୟ ତାଙ୍କୁ ନିଜ ଛୁଆ ଭଳି ସ୍ନେହ କରନ୍ତି | ତାଙ୍କ ଅଜା ସୁବୋଧ କୁମାର ତାଙ୍କ ଗାଁ ମାରଞ୍ଚିରେ ଚାଷ କରନ୍ତି। ସେ ପିଲାମାନଙ୍କୁ ଭେଟିବା ପାଇଁ ପ୍ରତି ତିନି ଦିନରେ ଥରେ ପାଟନାକୁ ଆସନ୍ତି | ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଶ୍ରୀଜା ଏଯାଏଁ କେବେ ବି ଟିଉସନ ଯାଇନାହାନ୍ତି | ସ୍କୁଲରେ ଯାହା ପଢା ହୋଇଥାଏ, ତାହା ସେ ଘରେ ପଢ଼ିଥାନ୍ତି | ଶ୍ରୀଜାଙ୍କ ଆଈ କହିଛନ୍ତି ଯେ ଦଶମ ବୋର୍ଡ ପରୀକ୍ଷାରେ ନାତୁଣୀ ଟପ୍ପର ହୋଇ ପୁରା ପରିବାରକୁ ଗର୍ବିତ କରାଇଛନ୍ତି | ଶ୍ରୀଜା ଭବିଷ୍ୟତରେ ଆଇଆଇଟି ମାଡ୍ରାସରେ ଆଡମିଶନ କରିବାକୁ ଚାହୁଁଛନ୍ତି।

ସମ୍ବନ୍ଧିତ ଖବର