ଅହମଦାବାଦ: ଆଖିରେ ସିଏ ଦୁନିଆ ଦେଖିପାରନ୍ତିନି, ହେଲେ ତାଙ୍କ ହାତର ଯାଦୁ ସୁତା ଚୌକିରେ ଦେଖିବାକୁ ମିଳିଥାଏ | ତାଙ୍କର ଆକର୍ଷଣୀୟ ଡିଜାଇନ ସମସ୍ତଙ୍କ ମନ କିଣିନିଏ | ଆଜି ଆମେ ଆପଣଙ୍କୁ ଗୁଜୁରାଟର ଏକ ଛୋଟ ଗାଁ ସୋଜିତ୍ରା ନିବାସୀ ୬୮ ବର୍ଷୀୟ ମଗନ୍ ଭାଇ ଠାକୋରଙ୍କ ବାବଦରେ କହିବାକୁ ଯାଉଛୁ | ମଗନ୍ ଭାଇ ପିଲାଦିନରୁ ଦୃଷ୍ଟିଶକ୍ତି ହରାଇଥିବାବେଳେ ଗତ ୩୦ ବର୍ଷ ଧରି, ସେ ତାଙ୍କ ଗାଁଠାରୁ ୧୪ କିଲୋମିଟର ଦୂରରେ ଥିବା ପାଟନ ସହରକୁ ଆସି କାଠ ଚେୟାରରେ ପ୍ଲାଷ୍ଟିକ ସୁତା ବୁଣୁଛନ୍ତି | ଏଥିପାଇଁ ସେ ପ୍ରତିଦିନ ଏକ ବସ୍ ରେ ୧୪ କିଲୋମିଟର ଯାତ୍ରା କରନ୍ତି | ମଗନ୍ ଭାଇଙ୍କର ପିଲାଦିନେ ଦୃଷ୍ଟିଶକ୍ତି ସମସ୍ୟା ଦେଖାଦେଇଥିଲା |

Advertisment

କିନ୍ତୁ, ତାଙ୍କ ପରିବାର ଅତ୍ୟନ୍ତ ଗରିବ ହୋଇଥିବାରୁ ଚିକିତ୍ସା ପାଇଁ ତାଙ୍କ ପାଖରେ ଟଙ୍କା ମଧ୍ୟ ନଥିଲା | ଷଷ୍ଠ ଶ୍ରେଣୀ ପର୍ଯ୍ୟନ୍ତ ସେ ପଡୋଶୀ ବନ୍ଧୁଙ୍କ ସାହାଯ୍ୟରେ ବିଦ୍ୟାଳୟକୁ ଯାଉଥିଲେ | କିନ୍ତୁ ତା’ପରେ ତାଙ୍କ ଦୃଷ୍ଟି ଶକ୍ତି ସମ୍ପୂର୍ଣ୍ଣ ରୂପେ ଚାଲିଯାଇଥିଲା | ଏହା ପରେ ତାଙ୍କୁ ପଲାନପୁରର ଏକ ଦୃଷ୍ଟିହୀନ କେନ୍ଦ୍ରକୁ ପଠାଯାଇଥିଲା। ଏହି ବିଦ୍ୟାଳୟରେ ତାଙ୍କ ପରି ଅନେକ ଗରିବ ପିଲାଙ୍କୁ ପାଠପଢେଇବା ସହିତ ଆତ୍ମନିର୍ଭରଶୀଳ ହେବା ପାଇଁ ଜ୍ଞାନ ଦିଆଯାଇଥିଲା | ସେଠାରେ ସେ ଦଶମ ପର୍ଯ୍ୟନ୍ତ ପାଠ ପଢିଥିଲେ | ସେ ଚାହୁଁଥିଲେ ଯେ ତାଙ୍କୁ ଯେଭଳି ଜୀବନରେ କାହା ସାମ୍ନାରେ ହାତ ପତାଇବାକୁ ପଡିବ ନାହିଁ |

publive-image

ସେ ଜାଣିଥିଲେ ଯେ କୌଣସି ସ୍ଥାନରେ ଚାକିରି ପାଇବା ବହୁତ କଷ୍ଟକର | ସେଥିପାଇଁ, ସେ ବିଦ୍ୟାଳୟରେ ଶିଖିଥିବା ବୁଣା କୌଶଳରେ ଆଗକୁ ବଢିବାକୁ ନିଷ୍ପତ୍ତି ନେଇଥିଲେ | ୧୯୯୦ ମସିହାରେ, ସେ ଏକ ବ୍ୟାଙ୍କରୁ ୮୦୦୦ ଟଙ୍କା ଋଣ ନେଇଥିଲେ ଏବଂ ତାଙ୍କ ଗାଁଠାରୁ ୧୪ କିଲୋମିଟର ଦୂରରେ ଥିବା ପାଟନ ସହରରେ ଏକ ଛୋଟ ଦୋକାନ ଖୋଲିଥିଲେ | ସେ ନିଜ ଗାଁଠାରୁ ପ୍ରତିଦିନ ବସ୍ ଯୋଗେ ଏକାକୀ ଯାତ୍ରା କରନ୍ତି | ଆଉ ପୁରୁଣା ଭଙ୍ଗା ଚେୟାରରେ ଡିଜାଇନ୍ ବୁଣି ସଜେଇଦିଅନ୍ତି |

ଧୀରେ ଧୀରେ ଲୋକମାନେ ତାଙ୍କ କାର୍ଯ୍ୟକୁ ପସନ୍ଦ କରିବାକୁ ଲାଗିଲେ ଏବଂ ତାଙ୍କ ଗ୍ରାହକଙ୍କ ସଂଖ୍ୟା ମଧ୍ୟ ବଢିବାକୁ ଲାଗିଲା | ମଗନ୍ ଭାଇ କୁହନ୍ତି, “ମୁଁ ମୋର କଳାକୁ ବ୍ୟବହାର କରି ୧୦୦ରୁ ଅଧିକ ଡିଜାଇନ୍ ତିଆରି କରିବା ଆରମ୍ଭ କଲି, ଏବଂ ଲୋକମାନେ ମୋ ଛୋଟ ଦୋକାନର ଠିକଣା ମାଗିବା ପାଇଁ ମୋ ପାଖକୁ ଆସିବାକୁ ଲାଗିଲେ | ଏବେ ଲୋକମାନେ ବହୁ ସଂଖ୍ୟାରେ ଆସି ଅର୍ଡର ଦେଇ ଯାଉଛନ୍ତି | ତେବେ ବଡ କଥା ଯେ ସେ ଲୋଭର ବଶବର୍ତ୍ତୀ ନ ହୋଇ ଗୋଟିଏ ଚେୟାର ବୁଣିବାକୁ ମାତ୍ର ୨୦୦ ଟଙ୍କା ହିଁ ନେଇଥାନ୍ତି |