ବିହାରରେ ଏନଡିଏକୁ ଟକ୍କର ଦେବାକୁ ଇଣ୍ଡି ମେଣ୍ଟର ସ୍ବତନ୍ତ୍ର ରଣନୀତି, ଜେଡିୟୁ ବିରୋଧରେ ଆରଜେଡି ଓ ବିଜେପି ବିରୋଧରେ କଂଗ୍ରେସ ଦେବ ପ୍ରାର୍ଥୀ

ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନ ପାଇଁ ଏନଡିଏ ମେଣ୍ଟ ପକ୍ଷରୁ ଆଜି ଆସନ ବୁଝାମଣା ଘୋଷଣା କରାଯାଇଛି । ଏହା ଅନୁସାରେ ରାଜ୍ୟରେ ବିଜେପି ୧୭ଟି ଓ ଜେଡିୟୁ ୧୬ଟି ଆସନରେ ଲଢିବ । କିନ୍ତୁ ବିହାରରେ ଏନଡିଏକୁ ଟକ୍କର ଦେବାକୁ ଏକ ସ୍ବତନ୍ତ୍ର ରଣନୀତି ଉପରେ କାମ କରୁଛି ଇଣ୍ଡି ମେଣ୍ଟ । ଏହି ରଣନୀତି ଅନୁସାରେ ଯୋଉଁ ଆସନରେ ଜେଡିୟୁ ପ୍ରାର୍ଥୀ ଦେବ ସେଠାରେ ଆରଜେଡି ନିଜର ପ୍ରାର୍ଥୀ ଛିଡ଼ା କରିବ । ସେହିପରି ଯେଉଁ ୧୭ଟି ଆସନରେ ବିଜେପିର ପ୍ରାର୍ଥୀ ଛିଡ଼ା ହେବେ ସେଠାରେ କଂଗ୍ରେସ ପ୍ରାର୍ଥୀ ଦେବ । ଏପରି ହେଲେ ରାଜ୍ୟରେ ଏକ ରୋଚକ ଲଢେଇ ଦେଖିବାକୁ ମିଳିବ ।

ଜେଡିୟୁ ପ୍ରାର୍ଥୀଙ୍କୁ ପରାସ୍ତ କରିବା ବିଜେପି ଅପେକ୍ଷା ସହଜ ବୋଲି ଆରଜେଡି ଅନୁଭବ କରୁଛି। ବିଜେପିର ୪୦ ପ୍ରତିଶତ ଓ ଜେଡିୟୁର ୯୦ ପ୍ରତିଶତ ଆସନରେ ଆରଜେଡି ପ୍ରାର୍ଥୀ ଦେବ। ସୂଚନାଯୋଗ୍ୟ, ଏଥର ଲୋକସଭା ନିର୍ବାଚନରେ ଆରଜେଡି ୨୭ରୁ ୨୮ଟି ଆସନରେ ଲଢ଼ିବାକୁ ପ୍ରସ୍ତୁତି ଚଳାଇଛି।

ଲୋକସଭା ନିର୍ବାଚନରେ ଜେଡିୟୁର ସମସ୍ତ ପ୍ରାର୍ଥୀଙ୍କ ବିରୋଧରେ ମୁହାଁମୁହିଁ ହେବାକୁ ଆରଜେଡି ପ୍ରସ୍ତୁତ ରହିଛି। ସେହିପରି କଂଗ୍ରେସ ସିଧାସଳଖ ବିଜେପି ସହ ପ୍ରତିଦ୍ୱନ୍ଦ୍ୱିତା କରିବ। କଂଗ୍ରେସ ଏକ ଜାତୀୟ ଦଳ ହୋଇଥିବାରୁ ବିଜେପି ସହ ଲଢ଼ିବାକୁ ପ୍ରସ୍ତୁତ ରହିଛି। ଆରଜେଡି କଂଗ୍ରେସକୁ ସେହି ଆସନ ଦେବାକୁ ଚାହୁଁଛି ଯେଉଁଠାରେ ବିଜେପି ସହ ସିଧାସଳଖ ଲଢେଇ ହେଉଛି । ଗତଥର ବିହାରରେ କଂଗ୍ରେସ ମାତ୍ର ଗୋଟିଏ ଲୋକସଭା ଆସନ ଜିତିଥିଲା। ଅନ୍ୟପକ୍ଷରେ ଆରଜେଡିକୁ ଗୋଟିଏ ବି ଆସନ ମିଳିନଥିଲା।

ସମ୍ବନ୍ଧିତ ଖବର