ମଙ୍ଗଳ ଗ୍ରହର ମାଟିରେ ଏମିତି ଫଳିବ ଟମାଟୋ! ସସ ପ୍ରସ୍ତୁତ କରି ମାର୍କେଟକୁ ଛାଡିଲା କମ୍ପାନୀ

କାଲିଫର୍ଣ୍ଣିଆ: ଆମେରିକାର ଖାଦ୍ୟ କମ୍ପାନୀ ‘ହିଞ୍ଜ୍’ ମଙ୍ଗଳ ଗ୍ରହ ପରି ମାଟିରେ ବଢୁଥିବା ଟମାଟୋରୁ ଏହାର ସ୍ୱତନ୍ତ୍ର କେଚପ (ଟମାଟୋ ସସ) ପ୍ରସ୍ତୁତ କରିଛି | ମଙ୍ଗଳ ଗ୍ରହରେ ବଞ୍ଚିବା ପାଇଁ ମନୁଷ୍ୟର ପ୍ରୟାସର ଏକ ଅଂଶ ଭାବରେ ଏହା କରାଯାଇଛି | ପୃଥିବୀରେ ମିଳୁଥିବା ମାଟି ପରି, ମଙ୍ଗଳ ଗ୍ରହର ମାଟି ଫସଲ ପାଇଁ ସେତେ ଯୋଗ୍ୟ ନୁହେଁ | ମଙ୍ଗଳ ଗ୍ରହର ମାଟିକୁ ମାର୍ଟିଆନ୍ ରେଜୋଲିଥ୍ କୁହାଯାଉଥିବାବେଳେ ଏହି ମାଟିରେ କୌଣସି ଉର୍ବରତା ନଥାଏ | ଏହା ବ୍ୟତୀତ ସୂର୍ଯ୍ୟ କିରଣ ମଙ୍ଗଳ ଗ୍ରହରେ ମଧ୍ୟ କମ୍ ପହଞ୍ଚେ | ଏହି କାରଣରୁ, ସେଠାରେ ଉତ୍ତିଦ ଭଲ ଭାବେ ବଢ଼ିପାରିନଥାଏ |

ମଙ୍ଗଳ ଗ୍ରହରେ କିଭଳି ଉଦ୍ଭିଦ ବଢ଼ିପାରିବ, ସେଥିପାଇଁ ମଙ୍ଗଳରେ ମିଳୁଥିବା ମାଟି ଭଳି ମାଟିରେ ଟମାଟୋ ଗଛ ଲଗାଯାଇ ‘ହିଞ୍ଜ’ ପକ୍ଷରୁ ପ୍ରୟାସ କରାଯାଇଛି | ଉର୍ବରତା ବିହୀନ ମାଟିରେ କିଭଳି ଟମାଟୋ ଗଛ ଉଧେଇ ପାରିବ ସେ ନେଇ ନୂତନ ଜ୍ଞାନକୌଶଳ ପ୍ରୟୋଗ କରାଯାଇଛି | ‘ହିଞ୍ଜ’ ର ଏକ ଦଳ ମଙ୍ଗଳ ଗ୍ରହ ପରି ଏକ ସବୁଜ ଗୃହ ପରିବେଶ ସୃଷ୍ଟି କରି ମଙ୍ଗଳ ପରି ମାଟି ବ୍ୟବହାର କରିଥିଲେ | ସେମାନେ ସେଥିରେ ଟମାଟୋ ଗଛ ଲଗାଇବା ସହ ଏଥିରେ ଫଳିଥିବା ଟମାଟୋରେ ସସ ପ୍ରସ୍ତୁତ କରିଛନ୍ତି | ‘ହିଞ୍ଜ’ ପକ୍ଷରୁ କୁହାଯାଇଛି ଯେ ଏହି କେଚଅପ୍ ର ସ୍ୱାଦ ସାଧାରଣ ସସଠାରୁ ଭିନ୍ନ |

photo-tv 9 bharatbarsh

‘ହିଞ୍ଜ୍’ ମଙ୍ଗଳ ଗ୍ରହ ସଂସ୍କରଣ କେଚପ୍ ର ଏକ ବୋତଲ ମଧ୍ୟ ମହାକାଶକୁ ପଠାଯାଇଥିଲା, ଯେଉଁଠାରେ ଏହି ବୋତଲ -୯୪ ଡିଗ୍ରୀ ତାପମାତ୍ରାରେ ରହିଥିଲା | ହିଞ୍ଜରେ ଥିବା ଟମାଟୋ ବିଶେଷଜ୍ଞ ଭବିଷ୍ୟତରେ ମଙ୍ଗଳ ଗ୍ରହକୁ ଯିବାକୁ ଥିବା ପର୍ଯ୍ୟଟକମାନେ କେଚ୍ ଅପ୍ କରିପାରିବେ କି ନାହିଁ ତାହା ଜାଣିବା ପାଇଁ ଏକ ମିଶନ୍ ଆରମ୍ଭ କରିଥିଲେ |

ସମ୍ବନ୍ଧିତ ଖବର