ରାଜଧାନୀ ଟ୍ରେନ୍‌ ଭଳି ଭଡ଼ା: ସ୍ପେସାଲ ଟ୍ରେନ୍‌ରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କଠାରୁ ରାଜଧାନୀ ଟ୍ରେନ୍‌/ କିମ୍ବା ନିୟମିତ ଚଳାଚଳ କରୁଥିବା ଟ୍ରେନ ଭଡ଼ା ହିସାବରେ ଭଡ଼ା ଆଦାୟ କରାଯିବ କେବଳ ଅନଲାଇନ୍ ବୁକିଂ: କେବଳ ଆଇଆରସିଟିସି ୱେବସାଇଟ ଓ ମୋବାଇଲ ଆପ୍‌ରେ ଟିକଟ ବୁକ୍ ହେବ। ଆଇଆରସିଟିସି ଏଜେଣ୍ଟ କିମ୍ବା ରେଳ ‌ଏଜେଣ୍ଟଙ୍କ ମାଧ୍ୟମରେ କୌଣସି ଟିକଟ ବୁକ୍ ହେବନାହିଁ।

Advertisment

ଅଗ୍ରିମ ସଂରକ୍ଷଣ ଅବଧି ସର୍ବାଧିକ ୭ ଦିନ ରହିବ। ସିଟ୍ କନଫର୍ମ ଥିଲେ ଟିକଟ ବୁକ୍ ହେବ। ତେଣୁ ଆରଏସି/ୱେଟିଂ ଲିଷ୍ଟ କିମ୍ବା ଟ୍ରେନ ଭିତରେ ଟିକଟ କାଟିବା ସୁବିଧା ମିଳିବ ନାହିଁ। କରେଣ୍ଟ ବୁକିଂ, ତତ୍କାଳ ବୁକିଂ ଓ ପ୍ରିମିୟମ ତତ୍କାଳ ବୁକଂ ସୁବିଧା ମିଳିବ ନାହିଁ। ବାତିଲ ଏବଂ ଫେରସ୍ତ ନିୟମ: ଟ୍ରେନ୍ ଛାଡ଼ିବା ପାଇଁ ଧାର୍ଯ୍ୟ ହୋଇଥିବା ସମୟର ୨୪ ଘଣ୍ଟା ପୂର୍ବ ପର୍ଯ୍ୟନ୍ତ ଅନଲାଇନ୍‌ରେ ଟିକଟ ବାତିଲ ଅନୁମତି ମିଳିବ। ଭଡ଼ାର ୫୦ ପ୍ରତିଶତ ବାତିଲ ଚାର୍ଜ ଭାବେ ନିଆଯିବ।

କ୍ୟାଟରିଂ: ଭଡ଼ାରେ କୌଣସି କ୍ୟାଟରିଂ ଚାର୍ଜ ସାମିଲ ହେବ ନାହିଁ। ପ୍ରାକ୍ ପୈଠ ମିଲ୍ ବୁକିଂ, ଇ-କ୍ୟାଟରିଂ ସୁବିଧା ଉପଲବ୍ଧ ହେବନାହିଁ। ତେବେ ଆଇଆରସିଟିସି ପକ୍ଷରୁ ସ୍ବଳ୍ପ ଖାଦ୍ୟ ଓ ପିଇବା ପାଣି ବ୍ୟବସ୍ଥା ପ୍ରଦାନ କରାଯିବ। ଏଥିପାଇଁ ଅର୍ଥ ପ୍ରଦାନ କରିବାକୁ ହେବ। ଟିକଟ ବୁକିଂ ସମୟରେ ଏସବୁ ନିୟମ ଉପରେ ନଜର ପକାଇବାକୁ ଯାତ୍ରୀମାନଙ୍କୁ ପରାମର୍ଶ ଦିଆଯାଇଛି।

କମ୍ବଳ ଦିଆଯିବ ନାହିଁ: ଟ୍ରେନରେ ଯାତ୍ରୀମାନଙ୍କୁ କୌଣସି କମ୍ବଳ କିମ୍ବା ଲିନେନ୍ ପ୍ରଦାନ କରାଯିବ। ଟିକଟ ବୁକିଂ ସମୟରେ ଏ ସମ୍ପର୍କରେ ଯାତ୍ରୀଙ୍କୁ ସୂଚନା ଦିଆଯିବ।