ଦିଲ୍ଲୀର ଓଡ଼ିଆଙ୍କ ପାଇଁ ଖୁବ୍‌ଶୀଘ୍ର ଶ୍ରମିକ ଏକ୍ସପ୍ରେସ

ନୂଆଦିଲ୍ଲୀ : ଦିଲ୍ଲୀ ଓ ଏହାର ଆଖପାଖ ଏନ୍‌ସିଆର ଅଞ୍ଚଳରେ ବସବାସ କରୁଥିବା ପ୍ରବାସୀ ଓଡ଼ିଆ ଖୁବ୍‌ଶୀଘ୍ର ଓଡ଼ିଶା ଫେରି‌ବେ। ଏହି ପ୍ରବାସୀ ଶ୍ରମିକଙ୍କୁ ନେବା ପାଇଁ ଦିଲ୍ଲୀରୁ ଏକ ଶ୍ରମିକ ଏକ୍ସପ୍ରେସ ଚାଲିବ ବୋଲି ଦିଲ୍ଲୀସ୍ଥିତ ଆବାସିକ କମିସନର ରବିକାନ୍ତ ସୂଚନା ଦେଇଛନ୍ତି। ଶ୍ରୀ ରବିକାନ୍ତଙ୍କ ସୂଚନା ଅନୁସାରେ, ଶ୍ରମିକ ଏକ୍ସପ୍ରେସ ପାଇଁ ଅତି କମ୍‌ରେ ୧୧୦୦ ଜଣ ଲୋକ ଯାତ୍ରା କରିବା ଦରକାର। ବର୍ତ୍ତମାନ ସୁଦ୍ଧା ୫୦୦ ଜଣ ଓଡ଼ିଶା ଫେରିବା ପାଇଁ ପଂଜୀକରଣ କରିଛନ୍ତି। ଆଉ ୨୦୦ ଜଣ ପ୍ରବାସୀ ଓଡ଼ିଆ ଫେରିବା ପାଇଁ ଆବାସିକ କାର୍ଯ୍ୟାଳୟ ସହ ଯୋଗାଯୋଗରେ ଅଛନ୍ତି। ଦିନେ ଦୁଇ ଦିନ ମଧ୍ୟରେ ଆବଶ୍ୟକୀୟ ସଂଖ୍ୟାରେ ଯାତ୍ରୀମାନଙ୍କର ପଂଜୀକରଣ ସରିବା ପରେ ଶ୍ରମିକ ଏକ୍ସପ୍ରେସ ଦିଲ୍ଲୀରୁ ଚାଲିବା ତାରିଖ ସ୍ଥିର କରାଯିବ ବୋଲି ଶ୍ରୀ ରବିକାନ୍ତ କହିଛନ୍ତି। ଲକ୍‌ଡାଉନ୍‌ ଯୋଗୁ ଦିଲ୍ଲୀ ଓ ଏନ୍‌ସିଆର ଅଞ୍ଚଳରେ ଫସି ରହିଥିବା ଓଡ଼ିଆମାନଙ୍କୁ ସାହାଯ୍ୟ ଓ ସହଯୋଗ କରିବା ପାଇଁ ଆବାସିକ କମିସନଙ୍କ କାର୍ଯ୍ୟାଳୟରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ କାର୍ଯ୍ୟ କରୁଥିବା ଶ୍ରୀ ରବିକାନ୍ତ କହିଛନ୍ତି।

ସମ୍ବନ୍ଧିତ ଖବର