ନୂଆଦିଲ୍ଲୀ: ସମଗ୍ର ଦେଶର ଶ୍ରୀରାମ ଭକ୍ତଙ୍କ ପାଇଁ ଜାନୁଆରି ୨୨ ତାରିଖରେ ରାମମନ୍ଦିର ଉଦଘାଟନ ହେବା ପରେ ରାମଲଲାଙ୍କ ଦର୍ଶନର ଉପହାର ମିଳିବାକୁ ଯାଉଛି।
ବିଜେପି ଜାନୁଆରି ୨୪ରୁ ରାମଲଲାଙ୍କ ଦର୍ଶନ ପାଇଁ ଅଭିଯାନ ଆରମ୍ଭ କରିବାକୁ ଯାଉଛି। ଏହି ଅଭିଯାନ ଆଧାରରେ ୫୦କୋଟି ରାମଭକ୍ତଙ୍କୁ ଅଯୋଧ୍ୟା ନଗରୀସ୍ଥିତ ରାମଲଲାଙ୍କ ଦର୍ଶନ ମାଗଣାରେ କରାଯିବ।
ବିଜେପିର ରାଜ୍ୟ ମହାମନ୍ତ୍ରୀ ଜଗରନାଥ ଠାକୁର କହିଛନ୍ତି,‘ ରାମଲଲାଙ୍କ ଦର୍ଶନ ଅଭିଯାନ ଜାନୁଆରି ୨୪ରୁ ମାର୍ଚ୍ଚ ୨୪ ପର୍ଯ୍ୟନ୍ତ ବିହାର ସମେତ ସମଗ୍ର ଦେଶରେ ଚାଲୁ ରହିବ। ଏଥିପାଇଁ ବିହାରରୁ ୨୭୫ ରେଲୱେ ଷ୍ଟେସନରୁ ଅଯୋଧ୍ୟା ପାଇଁ ରାମଲଲାଙ୍କ ଦର୍ଶନ ପାଇଁ ସ୍ବତନ୍ତ୍ର ଟ୍ରେନ ଚାଲୁ କରାଯିବ।
ଏହି ସ୍ବତନ୍ତ୍ର ଟ୍ରେନ ମାଧ୍ୟମରେ ବିହାରରୁ ୨କୋଟିରୁ ଅଧିକ ରାମ ଭକ୍ତ ଅଯୋଧ୍ୟା ଯାଇ ମନ୍ଦିରର ମାଗଣା ଦର୍ଶନ କରିପାରିବେ। କେବଳ ଏତିକି ନୁହେଁ ରାମ ଭକ୍ତଙ୍କୁ ଅଯୋଧ୍ୟା ନେବା ଠାରୁ ସେମାନଙ୍କ ରହଣୀ ଓ ଅନ୍ୟ ସୁବିଧା ବି ମାଗଣାରେ ଯୋଗାଇ ଦିଆଯିବ।
ଯାତ୍ର ସମୟରେ ଯାତ୍ରୀଙ୍କ ସହିତ ମେଡିକାଲ ଟିମ ରହିବା ସହିତ ଭଜନ କୀର୍ତ୍ତନର ବି ଆୟୋଜନ କରାଯିବ।
ଅଯୋଧ୍ୟା ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ସମାରୋହରେ ଯୋଗ ଦେବା ପାଇଁ ଶ୍ରୀ ରାମ ଜନମଭୂମୀ ତିର୍ଥ କ୍ଷେତ୍ର ଟ୍ରଷ୍ଟ ଦେଶର ବିଭିନ୍ନ ଜଣାଶୁଣା ବ୍ୟକ୍ତିତ୍ୱଙ୍କୁ ଆମନ୍ତ୍ରଣ କରିଛି। ନିମନ୍ତ୍ରଣ ତାଲିକାରେ ୩ ହଜାର ଭିଭିଆଇପିଙ୍କ ସମେତ ମୋଟ ୭ ହଜାର ଲୋକ ଅଛନ୍ତି ।