ନୂଆଦିଲ୍ଲୀରୁ ଛାଡ଼ିଲା ଭୁବନେଶ୍ବର ଅଭିମ‌ୁଖେ ସ୍ବତନ୍ତ୍ର ଯାତ୍ରୀବାହୀ ଟ୍ରେନ୍‌

ନୂଆଦିଲ୍ଲୀ : ଆଜି ସଂଂଧ୍ୟା ୫.୦୫ ମିନିଟ୍‌ରେ ନୂଆଦିଲ୍ଲୀରୁ ଭୁବନେଶ୍ବର ଅଭିମୁଖେ ସ୍ବତନ୍ତ୍ର ଶୀତତାପ ନିୟନ୍ତ୍ରିତ ଟ୍ରେନ୍‌ ନୂଆଦିଲ୍ଲୀ ରେଳଷ୍ଟେସନରୁ ଛାଡ଼ିଛି। ୫୦୦ରୁ ଅଧିକ ଯାତ୍ରୀ ଏହି ଟ୍ରେନ୍‌ରେ ଦିଲ୍ଲୀରୁ ଯାତ୍ରା ଆରମ୍ଭ କରିଥିବା ବେଳେ ଓଡ଼ିଶା ଅଭିମୁଖେ ଯାତ୍ରା ଲାଗି ପାଖାପାଖି ୧୦୦୦ ଯାତ୍ରୀ ଟିକେଟ୍‌ ବୁକିଂ କରିଥିଲେ। ନୂଆଦିଲ୍ଲୀ ରେଳଷ୍ଟେସନର ପାହାଡ଼ଗଂଜ ପଟୁ ଯାତ୍ରୀମାନେ ରେଳଷ୍ଟେସନକୁ ପ୍ରବେଶ କରିଥିଲେ। ଯାତ୍ରୀମାନଙ୍କର ଟିକେଟ୍‌ ଯାଞ୍ଚ, ମେଡ଼ିକାଲ ସ୍କ୍ରିନିଂ ପରେ ପ୍ଲାଟଫର୍ମକୁ ପ୍ରବେଶ କରିଥିଲେ। ଲକ୍‌ଡାଉନ୍‌ ପାଇଁ ଦୀର୍ଘ ୫୫୦ ଦିନ ପରେ ପ୍ରବାସୀ ଯାତ୍ରୀମାନେ ଓଡ଼ିଶା ଫେରୁଥିବାରୁ ସେମାନଙ୍କ ମଧ୍ୟରେ ପ୍ରବଳ ଆନନ୍ଦ ଦେଖିବାକୁ ମିଳିଥିଲା। ୧୭ଟି କୋଚ ବିଶିଷ୍ଟ ଏହି ସ୍ବତନ୍ତ୍ର ଟ୍ରେନ୍‌ରେ ୧୧ଟି କୋଚରେ ଯାତ୍ରୀମାନେ ଯାତ୍ରା କରୁଛନ୍ତି। ଆସନ୍ତାକାଲି ଏହି ଟ୍ରେନ୍‌ ୧.୫୦ ମିନିଟ୍‌ରେ ବାଲେଶ୍ବର ଓ ୫.୨୫ ମିନିଟ୍‌ରେ ଭୁବନେଶ୍ବରରେ ପହଞ୍ଚିବ।

ସମ୍ବନ୍ଧିତ ଖବର