ଥାେନ : ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ ଇବ୍ରାହିମ୍ର ଭାଇ ଇକବଲ୍ କସ୍କରକୁ ଥାନେ କେନ୍ଦ୍ରୀୟ ଜେଲ୍ରେ ସ୍ବତନ୍ତ୍ର ସୁବିଧା ଯୋଗାଇ ଦିଆଯାଉଛି। ତାକୁ ପ୍ରତିଦିନ ବିରିଆନି ଖାଇବାକୁ ମିଳୁଛି ଏବଂ ସିଗାରେଟ୍ ବି ଦିଆଯାଉଛି। ଏହି ଅଭିଯୋଗରେ ମହାରାଷ୍ଟ୍ରର ୫ ଜଣ ପୁଲିସ କର୍ମଚାରୀ ନିଲମ୍ବିତ ହୋଇଛନ୍ତି। ଥାନେ ଯୁଗ୍ମ ପୁଲିସ ମହାନିର୍ଦ୍ଦେଶକ ମଧୁକର ପାଣ୍ଡେ ଆଜି ଜଣେ ସବ୍ ଇନ୍ସପେକ୍ଟରଙ୍କ ସମେତ ୫ ଜଣଙ୍କୁ ନିଲମ୍ବିତ କରିଛନ୍ତି। ଗତବର୍ଷ ଦାଦାବଟି ଆଦାୟ ମାମଲାରେ ଗିରଫ ହୋଇଥିବା କସ୍କର ଗତ ଗୁରୁବାର ଦାନ୍ତ ବିନ୍ଧା ହେଉଛି ବୋଲି କହିଥିଲା। କସ୍କର ମେଡିକାଲ ଚେକଅପ୍ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ।
ଦାଉଦ୍ର ଭାଇକୁ ଜେଲ୍ରେ ସ୍ବତନ୍ତ୍ର ସୁବିଧା, ୫ ପୁଲିସ ନିଲମ୍ବିତ
/sambad/media/post_attachments/wp-content/uploads/2018/10/2-7.jpg)