ନବରଙ୍ଗପୁର: ବ୍ରହ୍ମପୁର ପରେ ପୁଣି ନବରଙ୍ଗପୁରରେ ବିଜେଡି ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେ କହିଛନ୍ତି, ସମସ୍ତ ୨୧ ଲୋକସଭା ଆସନରେ ବିଜେପି ବିଜୟୀ ହେବ। ବିଧାନସଭାରେ ବି ବିଜେପିକୁ ବମ୍ପର ବିଜୟ ମିଳିବ। ଓଡ଼ିଶାରେ ପ୍ରଥମ ଥର ହେବ ଡବଲ ଇଞ୍ଜିନ ସରକାର। ଡବଲ ଇଞ୍ଜିନ ସରକାର ଓଡ଼ିଶାର ବିକାଶକୁ ଗତିଶୀଳ କରିବ। ଆପଣଙ୍କ ଉତ୍ସାହ ସ୍ପଷ୍ଟ କରୁଛି ଏଥର ବିଜେଡି ଯିବ, ଓଡ଼ିଶାରେ ବିଜେପି ଆସିବ। ଓଡ଼ିଶାକୁ ମିଳିବ ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ। ଆଗାମୀ ଦିନରେ ଓଡ଼ିଶାର ପୁଅ ବା ଝିଅ ହେବ ମୁଖ୍ୟମନ୍ତ୍ରୀ, ଯିଏ ଓଡ଼ିଶା ସଂସ୍କୃତିକୁ ବୁଝୁଥିବ, ଓଡ଼ିଶାକୁ ଜାଣୁଥିବ। କେହି ଓଡ଼ିଶା ବାହାରର ଲୋକ ମୁଖ୍ୟମନ୍ତ୍ରୀ ହେବେନାହିଁ। ଏଥର ବିଜେଡି ବିଦା ହେବ। ଜୁନ୍ ୪ ତାରିଖରେ ବିଜେଡିର ଏକ୍ସପାରି ଡେଟ୍। ଆଉ ଜୁନ୍ ୧୦ ତାରିଖରେ ଓଡ଼ିଶାରେ ବିଜେପିର ମୁଖ୍ୟମନ୍ତ୍ରୀଙ୍କର ଶପଥ ଗ୍ରହଣ ହେବ।
ସେ ଆହୁରି କହିଛନ୍ତି ଯେ ଆଦିବାସୀଙ୍କ ବିକାଶ ଲାଗି ବଜେଟକୁ ୪ଗୁଣା ବୃଦ୍ଧି କରାଯାଇଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆହୁରି କହିଛନ୍ତି, ବିଜେଡି ସରକାର ଘୋଟାଲାରେ ମାହିର। ଓଡ଼ିଶାରେ କୃଷକ କଷ୍ଟରେ ଅଛନ୍ତି। ୨୫ ବର୍ଷର ବିଜେଡି ସରକାର କୃଷକମାନଙ୍କ ପାଇଁ କିଛି କରିନାହଁ। ବିଜେପିକୁ ଥରେ ସୁଯୋଗ ଦିଅନ୍ତୁ, ଓଡ଼ିଶାକୁ ଆମେ ନମ୍ବର ୱାନ୍ କରିବୁ। ଓଡ଼ିଶାର ବିକାଶ ନିଶ୍ଚୟ ହେବ। ମୋଦୀ ସରକାର ଆଦିବାସୀଙ୍କ ବିକାଶଲାଗି ବହୁ ଯୋଜନା କରିଛନ୍ତି। ବିଜେପି ଓଡ଼ିଶାରେ ସରକାର ଗଢ଼ିଲେ ଧାନ ୩୧ଶହ ଟଙ୍କାରେ କିଣାଯିବ। ଠିକ୍ ସେହିପରି ବିଜେପି ସରକାର ଆସିଲେ ଧାନ, ମକା ଓ କପା ଚାଷୀଙ୍କ ଅସୁବିଧା ଦୂର ହେବ। ଏହା ମୋଦୀର ଗ୍ୟାରେଣ୍ଟି। ଏଠାକାର ଯୁବକଙ୍କୁ ରୋଜଗାର ପାଇଁ ବାହାରକୁ ଯିବାକୁ ପଡ଼ୁଛି। ବିଜେଡି ୨୫ ବର୍ଷ ଭିତରେ ଆପଣଙ୍କ ଅସୁବିଧା ଦୂର କରିନି। ଯିଏ ଆପଣଙ୍କ ପାଇଁ କିଛି କରିନି, ସେ କାହିଁକି ରହିବ ?
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/05/3d2f4acf-3c60-4dea-a9b3-352333b0cd4e.jpeg)