ଏଣିକି ଦିଲ୍ଲୀରେ ଏତିକି ସ୍ପିଡ଼ରେ ଚଳାଇପାରିବେ ଗାଡି, ସ୍ପିଡ଼ ବଢିଲେ ଫାଇନ ଗଣିବେ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ରାସ୍ତା ପାଇଁ ଦିଲ୍ଲୀ ଟ୍ରାଫିକ ପୁଲିସ ଏକ ନୂତନ ଗାଇଡଲାଇନ ଜାରି କରିଛି। ଏହି ନୂତନ ଗାଇଡଲାଇନ ଅନୁଯାୟୀ ଦିଲ୍ଲୀର ରାସ୍ତାରେ କେତେ ବେଗରେ ଜଣେ ଗାଡି ଚଳାଇପାରିବ ତାହା ଦର୍ଶାଯାଇଛି | ପୂର୍ବ ନିୟମ ତୁଳନାରେ ଏଥର ଏହି ନିୟମରେ କିଛି ପରିବର୍ତ୍ତନ କରାଯାଇଛି। ଜୁନ୍ ୮ରୁ ଏହା କାର୍ଯ୍ୟକାରୀ ହୋଇଥିବାବେଳେ ଜନସାଧାରଣଙ୍କ ସୁବିଧା ପାଇଁ ରାସ୍ତାରେ ଥିବା ପୁରୁଣା ସାଇନ୍ ବୋର୍ଡ ହଟାଯିବ |


ସୂଚନା ଥାଉ କି ଯେ ନିର୍ଦ୍ଧାରିତ ବେଗରୁ ଅଧିକ ବେଗରେ ଗାଡି ଚଳାଇଲେ ଫାଇନ ଦେବାକୁ ପଡିବ | ଦିଲ୍ଲୀରେ ସର୍ବାଧିକ ୬୦ ରୁ ୭୦ କିଲୋମିଟର ବେଗରେ ହିଁ ଗାଡି(ଚାରି ଚକିଆ ଯାନ) ଚଳାଇପାରିବେ | ସେହିପରି ଦୁଇ ଚକିଆ ଯାନ ପାଇଁ ଘଣ୍ଟା ପ୍ରତି ସର୍ବାଧିକ ୫୦ରୁ ୬୦ କିଲୋମିଟର ବେଗରେ ହିଁ ଚଳାଇପାରିବେ | ସେହିପରି ବସ୍, ଟେମ୍ପୋ ଏବଂ ତିନି ଚକିଆ ଯାନ ଭଳି ସାଧାରଣ ପରିବହନ ପାଇଁ ଘଣ୍ଟା ପ୍ରତି ବେଗ ୪୦ କିଲୋମିଟର ସ୍ଥିର କରାଯାଇଛି |

ସମ୍ବନ୍ଧିତ ଖବର