ନୂଆଦିଲ୍ଲୀ: ଗତରାତିରେ ଦିଲ୍ଲୀର ସୀମାପୁରୀ ଅଞ୍ଚଳରେ ରାସ୍ତା ‘ଡିଭାଇଡର୍’ ଉପରେ ଶୋଇଥିବା ଲୋକଙ୍କ ଉପରେ ଗୋଟାଏ ଦ୍ରୁତଗାମୀ ଟ୍ରକ୍ ଚଢ଼ି ଯିବାରୁ ୪ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଓ ୨ଜଣ ଆହତ ହୋଇଛନ୍ତି ବୋଲି ପୁଲିସ କହିଛି।
ରାତି ୧.୫୧ ମିନିଟ୍ ସମୟରେ ‘ଦିଲ୍ଲୀ ଟ୍ରାନ୍ସ୍ପୋର୍ଟ କର୍ପୋରେସନ୍’ ବସ୍ ଡିପୋ ନିଟକ ରାସ୍ତା ଅତିକ୍ରମ କରୁଥିବା ବେଳେ ଅଜ୍ଞାତ ଟ୍ରକ୍ଟି ଦୁର୍ଘଟଣା ଘଟାଇଥିଲା ବୋଲି ପୁଲିସ କହିଛି।
ମୃତ ବ୍ୟକ୍ତିମାନେ ଥିଲେ, ୫୨ ବର୍ଷିୟ କରିମ୍, ୨୫ ବର୍ଷିୟ ଛୋଟେ ଖାଁ, ୩୮ ବର୍ଷିୟ ଶାହା ଆଲମ୍ ଏବଂ ୪୫ ବର୍ଷିୟ ରାହୁ। ଆହତ ହୋଇଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ୧୬ ବର୍ଷିୟ ମନୀଷ ଏବଂ ୩୦ ବର୍ଷିୟ ପ୍ରଦୀପ।
Image Courtesy of Free Press Journalଦୁର୍ଘଟଣା ଘଟିଲା ବେଳେ ସେମାନେ ରସ୍ତା ଡିଭାଇଡର୍ ଉପରେ ଶୋଇଥିଲେ। ଘଟଣାସ୍ଥଳରେ ୨ଜଣଙ୍କର ମୃତ୍ୟୁ ଘଟିଥିଲା। ଆଉ ଜଣଙ୍କୁ ମୃତାବସ୍ଥାରେ ଅଣାଯାଇଥିବା କଥା ଡାକ୍ତର କହିବା ବେଳେ ୪ର୍ଥ ବ୍ୟକ୍ତିଜଣକ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି ବୋଲି ପୁଲିସ କହିଛି।
ଆହତ ହୋଇଥିବା ବ୍ୟକ୍ତିଦ୍ବୟଙ୍କର ଚିକିତ୍ସା ଚାଲିଛି। ପୁଲିସ ମୃତ ବ୍ୟକ୍ତିମାନଙ୍କ ପରିବାର ଲୋକଙ୍କ ସହିତ ଯୋଗାଯୋଗ କରିବା ଲାଗି ଉଦ୍ୟମ ଚଳାଇଛି।
ଦୁର୍ଘଟଣା ପରେ ପରେ ଟ୍ରକ୍ ଚଳାଇ ଡ୍ରାଇଭର୍ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛି। ଆଇନ ଅନୁସାରେ ସଡ଼କ ଦୁର୍ଘଟଣା ମାମଲା ରୁଜୁ କରିବା ପରେ ଟ୍ରକ୍ ଓ ଅଭିଯୁକ୍ତ ଡ୍ରାଇଭର୍କୁ ଖୋଜି ବାହାର କରିବା ଲାଗି ଏକାଧିକ ପୁଲିସ ଟିମ୍ ଗଠନ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/delhi-accident.jpg)