ସଂସ୍କୃତ ଶିଖିବାକୁ ଚାକିରି ଛାଡି ସ୍ପେନରୁ ଭାରତ ଆସିଥିଲେ ଯୁବତୀ, ସ୍ଵର୍ଣ୍ଣପଦକ ହାସଲ କଲେ ମାରିୟା

ନୂଆଦିଲ୍ଲୀ: ସଂସ୍କୃତ ଭାଷା ପ୍ରତି ଧୀରେ ଧୀରେ ଭାରତୀୟମାନଙ୍କର ରୁଚି କମୁଥିବାବେଳେ ଆଜି ଆମେ ଆପଣଙ୍କୁ ଜଣେ ବିଦେଶିନୀଙ୍କ କାହାଣୀ କହିବୁ ଯିଏ ସଂସ୍କୃତ ଶିଖିବାକୁ ଭାରତ ଚାଲି ଆସିଥିଲେ | ତେବେ କେବଳ ସଂସ୍କୃତ ଶିଖିନାହାନ୍ତି ବରଂ ସଂସ୍କୃତରେ ସ୍ଵର୍ଣ୍ଣପଦକ ମଧ୍ୟ ହାସଲ କରିଛନ୍ତି | ଆଉ ଭବିଷ୍ୟତରେ ପିଏଚଡି କରି ନିଜ ଦେଶରେ ସଂସ୍କୃତରେ ପାଠ ପଢ଼ାଇବାକୁ ଲକ୍ଷ୍ୟ ରଖିଛନ୍ତି | ମଙ୍ଗଳବାର ଦିନ ଉତ୍ତରପ୍ରଦେଶର ରାଜ୍ୟପାଳ ଆନନ୍ଦି ବେନ ପଟେଲ ସ୍ପେନ ଜନ୍ମିତ ଯୁବତୀ ମାରିୟାଙ୍କୁ ସ୍ଵର୍ଣ୍ଣପଦକରେ ସମ୍ମାନିତ କରିଛନ୍ତି | ମାରିୟା ସଂପୂର୍ଣ୍ଣାନନ୍ଦ ସଂସ୍କୃତ ବିଶ୍ୱବିଦ୍ୟାଳୟର ଟପ୍ପର ହୋଇଥିବାବେଳେ ଏଠାରେ ସେ ସଂସ୍କୃତରେ ‘ଆଚାର୍ଯ୍ୟ’ କରୁଥିଲେ | ଆଚାର୍ଯ୍ୟ ସ୍ନାତକୋତ୍ତର ସହ ସମାନ ହୋଇଥିବାବେଳେ ମାରିୟାଙ୍କୁ ମାନପତ୍ର ସହ ସ୍ଵର୍ଣ୍ଣପଦକ ଦିଆଯାଇଛି |

Welcome to the Sampurnanand Sanskrit Vishwavidyalaya, Sampurnanand Sanskrit  University Varanasi, Varanasi Sanskrit University, Universities in  Varanasi, Sanskrit University in UP ,Sanskrit University in India :::
photo-ssvv.ac.in

ଏଭଳି ଥିଲା ମାରିୟାଙ୍କ ଯାତ୍ରା
୮ ବର୍ଷ ପୂର୍ବେ ଭାରତ-ସ୍ପେନ ମଧ୍ୟରେ ହୋଇଥିବା ସଂସ୍କୃତି ବିନିମୟ କାର୍ଯ୍ୟକ୍ରମ ଅଧୀନରେ ସ୍ପେନର ଝିଅ ମାରିୟା ବାରଣାସୀ ଆସିଥିଲେ | ସେତେବେଳେ ସେ ବାରଣାସୀର ଏକ ଆଶ୍ରମରେ ରହୁଥିବାବେଳେ ଅନ୍ୟ ବିଦେଶୀ ଛାତ୍ରଙ୍କ ଭଳି ହିନ୍ଦୀ ଓ ସଂସ୍କୃତ ଭାଷା ବାବଦରେ ଜାଣିଥିଲେ | ଆଉ ମାରିୟାଙ୍କୁ ସଂସ୍କୃତ ଭାଷା ବହୁତ ପସନ୍ଦ ଆସିଥିଲା | ନିଜ ଦେଶକୁ ଫେରିଯିବା ପରେ ବି ସେ ସଂସ୍କୃତ ଅଧ୍ୟୟନ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ | ଆଉ ମାରିୟା ଭଲ ଚାକିରି ଛାଡି ସଂସ୍କୃତ ଶିଖିବାକୁ ଭାରତ ଚାଲିଆସିଥିଲେ |

ସେ ସଂପୂର୍ଣ୍ଣାନନ୍ଦ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ଆଚାର୍ଯ୍ୟ କରିବାକୁ ନାମ ଲେଖାଇଥିଲେ | ସଂସ୍କୃତ ଭାଷା ପ୍ରତି ଅତ୍ୟନ୍ତ ଆଗ୍ରହ ଥିବାରୁ ମାରିୟା ସ୍ଵର୍ଣ୍ଣପଦକ ହାସଲ କରିଛନ୍ତି | ତେବେ ଏଠାରେ ହିଁ ସେ ପିଏଚଡି କରିବାକୁ ଚାଁହୁଛନ୍ତି | ସଂସ୍କୃତ ଭାଷାରେ ଡକ୍ଟରେଟ ଡିଗ୍ରୀ ହାସଲ ପରେ ସେ ନିଜ ଦେଶରେ ସଂସ୍କୃତ ପଢ଼ାଇବାକୁ ଲକ୍ଷ୍ୟ ରଖିଛନ୍ତି |

ସମ୍ବନ୍ଧିତ ଖବର