ନୂଆଦିଲ୍ଲୀ: ଭାରତ ସମେତ ସମଗ୍ର ବିଶ୍ବରେ ପୁରୁଷଙ୍କ ସ୍ପର୍ମ କାଉଣ୍ଟ ହ୍ରାସ ହେବାରେ ଲାଗିଛି। ବୈଜ୍ଞାନିକମାନଙ୍କ ଏକ ଦଳ ୭ବର୍ଷ ଧରି କରିଥିବା ଗବେଷଣା ପରେ ଏହି ଦାବି କରିଛନ୍ତି। ୨୦୧୧ରୁ ୨୦୧୮ ମଧ୍ୟରେ କରାଯାଇଥିବା ଗବେଷଣାର ରିପୋର୍ଟ ହ୍ୟୁମନ ରିପ୍ରକଡକସନ ଅପଡେଟ ଜର୍ଣ୍ଣାଲରେ ପ୍ରକାଶ ପାଇଛି । ତେବେ ୭ବର୍ଷ ଧରି ଗବେଷଣା କରିବା ପରେ ଯେଉଁ ରିପୋର୍ଟ ଆସିଛି ତାହାକୁ ଦେଖି ବୈଜ୍ଞାନିକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

Advertisment

ଏହି ଗବେଷଣା ଅନ୍ତର୍ଜାତୀୟସ୍ତରରେ କରାଯାଇଥିଲା। ଯେଉଁଥିରେ ବୈଜ୍ଞାନିକମାନଙ୍କ ଅନେକ ଦଳ ଭାଗ ନେଇଥିଲେ। ଏହି ସମୟରେ ସେମାନେ ୫୩ଟି ଦେଶର ୫୭,୦୦୦ରୁ ଅଧିକ ପୁରୁଷଙ୍କ ଶୁକ୍ରାଣୁ ନମୁନା ଆଧାରରେ ୨୨୩ଟି ପ୍ରୋଜେକ୍ଟ ପରୀକ୍ଷା କରିଥିଲେ। ଏଥିରେ ଦକ୍ଷିଣ ଆମେରିକା, ଏସିଆ ଓ ଆଫ୍ରିକା ଭଳି ଦେଶ ସାମିଲ ଥିଲା। ଯେଉଁଠାରେ ପୂର୍ବରୁ ଏମିତି ଗବେଷଣା କରାଯାଇ ନଥିଲା। ତେବେ ପ୍ରଥମଥର କରାଯାଇଥିବା ଗବେଷଣାରୁ ଜଣାପଡ଼ିଲା କି ଏଠାକାର ଲୋକଙ୍କ ସ୍ପର୍ମ କାଉଣ୍ଟ କମ ରହିଛି। ଏହାପୂର୍ବରୁ ଉତ୍ତର ଆମେରିକା, ୟୁରୋପ ଓ ଅଷ୍ଟ୍ରେଲିଆରେ ଏଭଳି ଗବେଷଣା କରାଯାଇଥିଲା। ସେଠାରେ ବି ଏଭଳି ରିପୋର୍ଟ ସାମ୍ନାକୁ ଆସିଥିଲା।

ଗବେଷଣାରୁ ଜଣାପଡ଼ିଛି କି, ବୀର୍ଯ୍ୟରେ ଶୁକ୍ରାଣୁ ସଂଖ୍ୟା କେବଳ ଯେ ପ୍ରଜନନ କ୍ଷମତା ଉପରେ ପ୍ରଭାବ ପକାଏ ତାହା ନୁହେଁ, ବରଂ ପୁରୁଷଙ୍କ ସ୍ବାସ୍ଥ୍ୟ ଉପରେ ବି ଏହାର କୁପ୍ରଭାବ ପଡ଼ିଥାଏ। ତେବେ ଗୁରୁତ୍ବପୂର୍ଣ୍ଣ କଥାଟି ହେଉଛି ସ୍ପର୍ମ କାଉଣ୍ଟର ହ୍ରାସ ଟେସ୍ଟିକୁଲର କର୍କଟ ସମେତ ଅନେକ ରୋଗର କାରଣ ହୋଇଥାଏ, ଯାହା ପୁରୁଷଙ୍କ ଜୀବନକାଳକୁ ପ୍ରଭାବିତ କରିଥାଏ ବୋଲି କୁହାଯାଉଛି। ୨୦୦୦ମସିହା ପରେ ପୁରୁଷଙ୍କ ସ୍ପର୍ମ କାଉଣ୍ଟରେ  ତୀବ୍ର ହ୍ରାସ ଦେଖିବାକୁ ମିଳୁଛି। ଭାରତରେ ଏହି ହ୍ରାସର ମାତ୍ରା ଅଧିକ ରହିଛି ବୋଲି ଉକ୍ତ ଅନୁଧ୍ୟାନରୁ ଜଣାପଡ଼ିଛି।