ବିଷ ଉଦ୍‌ଗାରୁଛି, ମିଥ୍ୟା ବିବରଣୀ ପ୍ରଚାର କରୁଛି: ପାକିସ୍ତାନ ଉପରେ ବିରକ୍ତ ହୋଇ ଜାତିସଂଘରେ କହିଲା ଭାରତ

ନୂଆଦିଲ୍ଲୀ: ଆନ୍ତର୍ଜାତିକ ଫୋରମ୍‌ରେ କଶ୍ମୀର ପ୍ରସଙ୍ଗ ଉତ୍ଥାପନ କରୁଥିବାରୁ ଜାତିସଂଘରେ ଭାରତ ପୁଣି ପାକିସ୍ତାନ ଉପରେ ବିରକ୍ତ ହୋଇଛି। ଜାତିସଂଘ ଲାଗି ଭାରତର ସ୍ଥାୟୀ ଉପ-ପ୍ରତିନିଧି ନାଗରାଜ ନାଇଡୁ କହିଛନ୍ତି, ପାକିସ୍ତାନ ବିଷ ଉଦ୍‌ଗାରୁଛି ଏବଂ ମିଥ୍ୟା ବିବରଣୀ ପ୍ରଚାର କରୁଛି।

ଜାତିସଂଘ ସାଧାରଣ ପରିଷଦ୍‌ର ୭୪ତମ ଅଧିବେଶନରେ ଉଦ୍‌ବୋଧନ ଦେଇ ନାଇଡୁ କହିଛନ୍ତି: ମାଛ ଯେମିତି ପାଣିକୁ ସୁଖପାଏ, ଜଣେ ପ୍ରତିନିଧି ପୁଣି ବିଦ୍ୱେଷାତ୍ମକ ଭାଷଣକୁ ସୁଖ ପାଇଛନ୍ତି। ଏହି ପ୍ରତିନିଧି ଯେତେବେଳେ କହନ୍ତି, ବିଷ ଉଦ୍‌ଗାରନ୍ତି ଏବଂ ଗୁଡ଼ାଏ ମିଥ୍ୟା ବିବରଣୀ ଦିଅନ୍ତି।

Image Source: Zee News

ସେ ଆହୁରି କହିଛନ୍ତି: ଯୁଦ୍ଧ ଉଦ୍ରେକକାରୀ ଏବଂ କଟୁ ମୌଖିକ ଆକ୍ରମଣ ବନ୍ଦ କରି ସ୍ୱାଭାବିକ ସମ୍ପର୍କ ଫେରାଇ ଆଣିବାକୁ ପଦକ୍ଷେପ ନେବା ପରିବର୍ତ୍ତେ ଏହି ପ୍ରତିନିଧିଜଣକ ଆନ୍ତର୍ଜାତିକ ସମୁଦାୟକୁ ସତ୍ୟ ଠାରୁ ଦୂରେଇ ରଖିବାକୁ ଭ୍ରମାତ୍ମକ ତଥ୍ୟ ଦେଉଛନ୍ତି।

ସେ କହିଛନ୍ତି ସେ ଇସ୍‌ଲାମାବାଦ ଜାଣିବା ଉଚିତ ଯେ ଏବେ ଆଉ ମିଥ୍ୟା ତଥ୍ୟ ଗ୍ରହଣକାରୀ ନାହାନ୍ତି। ଇମ୍ରାନ୍‌ ଖାଁଙ୍କ ନେତୃତ୍ୱାଧୀନ ସରକାର ଏବେ ସ୍ୱାଭାବିକ କୂଟନୈତିକ ବ୍ୟାପାରରେ ସୀମିତ ରହିବା ଉଚିତ।

ସମ୍ବନ୍ଧିତ ଖବର