ନୂଆଦିଲ୍ଲୀ : କଂଗ୍ରେସର କକ୍ଷତ୍ୟାଗ ମଧ୍ୟରେ ରାଜ୍ୟସଭାରେ ଆଜି ସ୍ପେଶାଲ ପ୍ରୋଟେକ୍ସନ ଗ୍ରୁପ୍(ସଂଶୋଧନ) ବିଲ ୨୦୧୯ ଗୃହୀତ ହୋଇଛି । ଗତ ୨୭ ତାରିଖରେ ଏହି ବିଲଟି ଲୋକସଭାରେ ଗୃହୀତ ହୋଇସାରିଛି ।
ଏହି ଅବସରରେ ବିତର୍କରେ ଭାଗ ନେଇ ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ ଗାନ୍ଧି ପରିବାରକୁ ଟାର୍ଗେଟକରି ଏହି ସଂଶୋଧନ କରାଯାଇନାହିଁ । ଏସପିଜି ଆଇନରେ ପୂର୍ବରୁ ୪ଟି ସଂଶୋଧନ କରାଯାଇଥିବାବେଳେ ଏହା ହେଉଛି ୫ମ ସଂଶୋଧନ । ପୂର୍ବ ସଂଶୋଧନଗୁଡ଼ିକ କେବଳ ଗୋଟିଏ ପରିବାର (ଗାନ୍ଧୀ ପରିବାର)କୁ ସୁହାଇବା ଲାଗି କରାଯାଇଥିଲା ବୋଲି ସେ କହିଛନ୍ତି ।
ତେବେ ଏହାର ଜବାବରେ ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ ସ୍ପେଶାଲ ପ୍ରୋଟେକ୍ସନ ଗ୍ରୁପ କେବଳ ପ୍ରଧାନମନ୍ତ୍ରୀ ଓ ତାଙ୍କ ସହିତ ସରକାରୀ ବାସଭବନରେ ରହୁଥିବା ପରିବାରବର୍ଗଙ୍କ ପାଇଁ ଗଠନ କରାଯାଇଥିଲା । ‘ସ୍ପେଶାଲ’ ଅର୍ଥ କେବଳ ପ୍ରଧାନମନ୍ତ୍ରୀଙ୍କୁ ହିଁ ବୁଝାଉଛି ବୋଲି ସେ କହିଛନ୍ତି । କଂଗ୍ରେସ କାହିଁକି କେବଳ ଏସପିଜି ସୁରକ୍ଷା ପାଇଁ ଦାବି କରୁଛି ? ସୁରକ୍ଷାକୁ ଷ୍ଟାଟସ ସିମ୍ବଲ କରିବାକୁ ଦିଆଯିବ ନାହିଁ ବୋଲି ସେ କହିଛନ୍ତି ।
କେନ୍ଦ୍ର ସରକାର ଗତ ମାସରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି, ରାହୁଲ ଗାନ୍ଧି ଓ ପ୍ରିୟଙ୍କାଗାନ୍ଧିଙ୍କଠାରୁ ଏସପିଜି ସୁରକ୍ଷା ହଟାଇ ଜେଡ ପ୍ଲସ ସୁରକ୍ଷା ଦେଇଥିଲେ ।
ଏସପିଜି ସୁରକ୍ଷାକୁ ଷ୍ଟାଟସ ସିମ୍ବଲ ହେବାକୁ ଦିଆଯିବ ନାହିଁ : ଅମିତ ଶାହା
ରାଜ୍ୟସଭାରେ ଏସପିଜି (ସଂଶୋଧନ) ବିଲ ୨୦୧୯ ଗୃହୀତ
/sambad/media/post_attachments/wp-content/uploads/2019/12/spg1.jpg)