ନୂଆଦିଲ୍ଲୀ: ସ୍ପାଇସଜେଟ ଅଯୋଧ୍ୟାରେ ଐତିହାସିକ ପ୍ରାଣପ୍ରତିଷ୍ଠା ସମାରୋହ ପାଇଁ ବିଶେଷ ବିମାନ ଯାତ୍ରାର ଘୋଷଣା କରିଛି। ୨୦୨୪ ଜାନୁଆରି ୨୧ ତାରିଖରୁ ଦିଲ୍ଲୀରୁ ଅଯୋଧ୍ୟା ପାଇଁ ଏକ ସ୍ବତନ୍ତ୍ର ବିମାନ ସେବା ଆରମ୍ଭ ହୋଇଛି। ଏହି ବିମାନ ଜାନୁଆରି ୨୨ ତାରିଖରେ ରାମମନ୍ଦିର ପ୍ରାଣ ପ୍ରତିଷ୍ଠାରେ ସାମିଲ ହେବାକୁ ଥିବା ଭକ୍ତଙ୍କ ପାଇଁ ଆରମ୍ଭ କରାଯିବ। ଏଥିସହିତ ଫେରିବା ପାଇଁ ବି ଭକ୍ତ ବିମାନ ସେବାର ଲାଭ ଉଠାଇ ପାରିବେ।

Advertisment

ସ୍ପାଇସ ଜେଟର ସ୍ବତନ୍ତ୍ର ବିମାନ ଦିଲ୍ଲୀରୁ ଦ୍ବିପହର ୧.୩୦ରୁ ଯାତ୍ରା ଆରମ୍ଭ କରିବାର ଯୋଜନା ଥିବା ବେଳେ ୩ଟାରେ ଅଯୋଧ୍ୟାରେ ପହଞ୍ଚିବ। ତା’ପରଦିନ ଅର୍ଥାତ ଜାନୁଆରି ୨୨ ତାରିଖ ସନ୍ଧ୍ୟା ୫ଟାରେ ଅଯୋଧ୍ୟାରୁ ବିମାନ ଯାତ୍ରା ଆରମ୍ଭ କରି ସନ୍ଧ୍ୟା ୬.୩୦ରେ ଦିଲ୍ଲୀରେ ପହଞ୍ଚିବ।

ସ୍ପାଇସଜେଟ ପକ୍ଷରୁ ପ୍ରକାଶ କି, ‘ପ୍ରାଣପ୍ରତିଷ୍ଠା’ ସମାରୋହ ଆମ ଦେଶ ପାଇଁ ଐତିହାସିକ ଦିନ ହେବ। ଏହି ମହତ୍ତ୍ବପୂର୍ଣ୍ଣ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଆସୁଥିବା ତୀର୍ଥଯାତ୍ରୀ ଓ ଯାତ୍ରୀଙ୍କ ସୁବିଧ‌ା ପାଇଁ ଆମେ ସେବା ଯୋଗାଉ ଥିବାରୁ ଗର୍ବ ଅନୁଭବ କରୁଛୁ।’

କେବଳ ଏତିକି ନୁହେଁ ଦିଲ୍ଲୀରୁ ଅଯୋଧ୍ୟା ପାଇଁ ଇଣ୍ଡିଗୋ ବି ବିମାନ ସେବା ଆରମ୍ଭ କରିଛି। ଇଣ୍ଡିଗୋ ୱେବସାଇଟ ମୁତାବକ, ୨୦୨୪ ଜାନୁଆରି ୨୦ ତାରିଖ‌ରେ ବିମାନ ଟିକେଟ ୧୫,୧୯୩ ଟଙ୍କା ପ୍ରତି ଯାତ୍ରୀଙ୍କ ପିଛା ରହିଛି। ଏହି ବିମାନ ଦ୍ବିପହର ୧୨.୪୫ରୁ ଦିଲ୍ଲୀରୁ ଯାତ୍ରା ଆରମ୍ଭ କରି ୧ଘଣ୍ଟା ୨୦ ମିନିଟ ଯାତ୍ରା ପରେ ୨ଟାରେ ଅଯୋଧ୍ୟାରେ ପହଞ୍ଚିବ। ଏହା ବ୍ୟତୀତ ଇଣ୍ଡିଗୋ ଓ ମୁମ୍ବାଇରୁ ବି ବିମାନ ସେବା  ଆରମ୍ଭ କରାଯାଇଛି।