୩ ଘଣ୍ଟାର ବିମାନ ଯାତ୍ରା ପାଇଁ ଲାଗିଲା ୧୫ ଘଣ୍ଟା

ନୂଆଦିଲ୍ଲୀ : ସ୍ପାଇସ୍‌ଜେଟ୍‌ର ବୋଇଂ ୭୩୭ ବିମାନରେ ବେଙ୍ଗାଲୁରୁରୁ ଦିଲ୍ଲୀ ଯାଉଥିବା ଯାତ୍ରୀମାନଙ୍କୁ ୩ ଘଣ୍ଟା ବଦଳରେ ୧୫ ଘଣ୍ଟା ଲାଗିଯାଇଛି ଦିଲ୍ଲୀରେ ପହଞ୍ଚିବା ପାଇଁ। ସୂଚନା ଅନୁଯାୟୀ, ଶୁକ୍ରବାର ରାତି ୧୦ଟା ବେଳେ ବିମାନଟି ଉଡ଼ାଣ ଆରମ୍ଭ କରିବାକୁ ଥିବା ବେଳେ ଏହା ୧୧.୩୦ରେ ଯାତ୍ରା ଆରମ୍ଭ କରିଥିଲା। ତେବେ ବୈଷୟିକ ତ୍ରୁଟି ଯୋଗୁଁ ବିମାନଟି ବେଙ୍ଗାଲୁରୁରୁ ଉଡାଣ ଭରିବା ପରେ ନାଗପୁରଠାରେ ଅବତରଣ କରିଥିଲା। ସେଠାରେ ଯାତ୍ରୀମାନଙ୍କୁ ବିମାନ ଭିତରେ ୬ ଘଣ୍ଟା ରଖାଯିବା ପରେ ବିମାନ ବନ୍ଦରରେ ପୁଣି ୪ ଘଣ୍ଟା ଅପେକ୍ଷା କରିବାକୁ ପଡିଥିଲା। ଏହା ପରେ ସକାଳ ୧୦ଟା ବେଳେ ଏକ ନୂଆ ବିମାନରେ ଯାତ୍ରୀଙ୍କୁ ଦେଢ ଘଣ୍ଟା ଧରି ରଖାଯାଇଥିଲା। ସ୍ପାଇସ୍‌ଜେଟ୍‌ର ପ୍ରବକ୍ତା କହିଛନ୍ତି, ବିମାନଟି ଜରୂରୀକାଳୀନ ଅବତରଣ କରିନଥିଲା ବରଂ ବୈଷୟିକ ତ୍ରୁଟି ଯୋଗୁଁ ଏହାକୁ ନାଗପୁରରେ ଅବତରଣ କରାଯାଇଥିଲା। ତେବେ ଯାତ୍ରୀମାନେ ଅଭିଯୋଗ କରିଛନ୍ତି ସେଠାରେ ସେମାନଙ୍କୁ ବିମାନ ବନ୍ଦରରେ ସବୁ ପ୍ରକାର ସୁବିଧା ଯୋଗାଇବା କଥା। କିନ୍ତୁ ସ୍ପାଇସ୍‌ଜେଟ୍‌ ଦ୍ୱାର ସେଭଳି କିଛି ପ୍ରବନ୍ଧ କରାନଯାଇ ଯାତ୍ରୀମାନଙ୍କୁ ବିମାନ ଭିତରେ ଅଟକ ରଖାଯାଇଥିଲା।

ସମ୍ବନ୍ଧିତ ଖବର