ନୂଆଦିଲ୍ଲୀ: ବାଂଲାଦେଶର ରାଜଧାନୀ ଢ଼ାକାସ୍ଥିତ ହଜରତ ଶହଜଲାଲ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ଏକ ନିଶ୍ଚିତ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି ଏକ ବିମାନ। ଶୁକ୍ରବାର ହଜରତ ଶହଜଲାଲ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ସ୍ପାଇସ୍ ଜେଟ ଟ୍ୟାକ୍ସି-େଓ୍ଵରେ ଆସୁଥିବା ସମୟରେ ସେଥିରେ ନିଆଁ ଲାଗି ଯାଇଥିଲା। ବିମାନ ବନ୍ଦରରେ ଥିବା ସୁରକ୍ଷା କର୍ମୀ ଓ ଅଗ୍ନିଶମ ବିଭାଗ ସଙ୍ଗେସଙ୍ଗେ ବିମାନରେ ଲାଗିଥିବା ନିଆଁକୁ ଆୟତ୍ତ କରି ନେଇଥିଲେ। ଫଳରେ ବିମାନ ଭିତରେ ଥିବା ୭୪ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଥିଲେ।
ବିମାନ ବନ୍ଦରର କର୍ତ୍ତୃପକ୍ଷଙ୍କ କହିବାନୁସାରେ, ଶୁକ୍ରବାର ସକାଳ ୧୦.୪୦ରେ ସ୍ପାଇସ୍ ଜେଟ ବିମାନ ଟ୍ୟାକ୍ସି-େଓ୍ଵରେ ଆସୁଥିଲା। ଏହି ସମୟରେ ବିମାନଟି ବ୍ରେକ୍ ଦେବା କ୍ଷଣି ଆକସ୍ମିକ ଭାବେ ତାର ସାମ୍ନା ଚକାଟି ଫାଟି ଯାଇଥିଲା, ଫଳରେ ଅଗ୍ନିକାଣ୍ଡ ଘଟିଥିଲା। ଏହି ମାମଲାର ଯାଞ୍ଚ ଆଦେଶ ଦିଆଯାଇଛି। ଏହି ଦୁର୍ଘଟଣା ଘଟିବା ପରେ ବିମାନ ବନ୍ଦରରେ ଏକଘଣ୍ଟା ପାଇଁ ଅନ୍ୟ ବିମାନର ଉଡ଼ାଣ ଓ ଅବତରଣକୁ ବନ୍ଦ କରିଦିଆଯାଇଥିଲା।
ବିମାନ ଭିତରେ ଥିବା ଯାତ୍ରୀ ନିଆଁ ଲାଗିବା କଥା ଶୁଣିବା ମାତ୍ରେ ସେମାନଙ୍କ ମନରେ କୋକୁଆ ଭୟ ଖେଳି ଯାଇଥିଲା। କେତେକ ଯାତ୍ରୀ ତ ଅକ୍ସିସେନ୍ ମାକ୍ସ ମୁହଁରେ ଲଗାଇଥିଲେ। ଦୁର୍ଘଟଣାରେ କୌଣସି ଯାତ୍ରୀଙ୍କର କିଛି କ୍ଷୟକ୍ଷତି ହୋଇ ନାହିଁ, ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଖବର ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/11/x16-1444998619-spicejet-17-1510914300.jpg.pagespeed.ic_.qXVW3thqNq.jpg)