ନୂଆଦିଲ୍ଲୀ : ସାଉଦି ଆରବର ଜେଡାରୁ ଉଡ଼ାଣ କରିଥିବା ଏକ ସ୍ପାଇସଜେଟ୍‌ ବିମାନ କେରଳର କୋଚି ବିମାନବନ୍ଦରରେ ଆଜି ଜରୁରୀ ଅବତରଣ କରିଛି। ସ୍ପାଇସଜେଟ୍‌ ବିମାନ ଏସ୍‌ଜି-୩୦୬ କୋଝିକୋଡକୁ ଉଡ଼ାଣ କରୁଥିବା ବେଳେ ବିମାନରେ ହାଇଡ୍ରଲିକ ଫେଲ୍‌ କରିବାରୁ ଏହାକୁ କୋଚିରେ ଜରୁରୀ ଅବତରଣ କରାଯାଇଛି। କୋଚି ବିମାନବନ୍ଦରରେ ଆଜି ସନ୍ଧ୍ୟା ୬.୨୭ ସମୟରେ ସମ୍ପୂର୍ଣ୍ଣ ଏମର୍ଜେନ୍ସି ଘୋଷଣା ହୋଇଥିଲା। ୭.୧୯ରେ ବିମାନ ପହଞ୍ଚିବାପର ଏମର୍ଜେନ୍ସି ହଟାଯାଇଥିଲା।