ପଟନା: ବଡ଼ ଦୁର୍ଘଟଣାରୁ ବର୍ତ୍ତିଲା ସ୍ପାଇସଜେଟ। ଉଡ଼ାଣର କିଛି ସେକେଣ୍ଡ ପୂର୍ବରୁ ଅଟକିଲା ବିମାନ। ବିହାରର ରାଜଧାନୀ ପାଟନା ବିମାନ ବନ୍ଦରରେ ସ୍ପାଇସଜେଟର ଏକ ବିମାନ ବଡ଼ ଦୁର୍ଘଟଣାରୁ ବର୍ତ୍ତିଯାଇଛି।
ମିଳିଥିବା ସୂଚନା ମୁତାବକ, ଏକ ସ୍ପାଇସଜେଟ୍ ବିମାନ ପାଟନାଠାରୁ ଗୌହାଟୀ ଅଭିମୁଖେ ଯାତ୍ରା କରିବାକୁ ଯାଉଥିଲା। ହେଲେ ଉଡ଼ାଣର କିଛି ସେକେଣ୍ଡ ପୂର୍ବରୁ ବିମାନକୁ ରନୱେରେ ଅଟକିବାକୁ ପଡିଥିଲା। ଏହା ପଛର କାରଣ ଯାନ୍ତ୍ରିକ ତ୍ରୁଟି ବୋଲି କୁହାଯାଉଛି। ବିମାନରେ ସମସ୍ତ ଯାତ୍ରୀ ବସିପଡ଼ିଥିବା ସହ ବିମାନଟି ଉଡ଼ାଣ କରିବା ପାଇଁ ରନୱେରେ ଚାଲିବା ଆରମ୍ଭ କରିଥିଲା। ହେଲେ ବିମାନରେ ଯାନ୍ତ୍ରିକ ତ୍ରୁଟି ଥିବା ବିଷୟରେ ଜାଣିବା ମାତ୍ରେ ହଠାତ୍ ଉତ୍ତେଜନା ଦେଖାଦେଇଥିଲା। ଏହା ପରେ ତୁରନ୍ତ ବିମାନକୁ ଅଟକାଯିବା ସହ ଉଡ଼ାଣକୁ ବାତିଲ କରିବାକୁ ଘୋଷଣା କରାଯାଇଥିଲା।
ପାଟନାଠାରୁ ଗୌହାଟୀ ଅଭିମୁଖେ ଯାଉଥିବା ବିମାନକୁ ରନୱେରେ ଅଟକାଯିବା ନେଇ ସ୍ପାଇସଜେଟ ମୁଖପାତ୍ରଙ୍କ ବିବୃତି ସାମ୍ନାକୁ ଆସିଛି। କମ୍ପାନିର ମୁଖପାତ୍ର କହିଛନ୍ତି ଯେ ଜୁନ୍ ୨୫ରେ, ସ୍ପାଇସଜେଟ୍ କ୍ୟୁ୪୦୦ ବିମାନ ଉଡ଼ାଣ କରିବା ସମୟରେ ଫ୍ୟୁଜଲେଜ୍ କବାଟରେ ଆଲର୍ଟ ଲାଇଟ୍ ଜଳିବା ପରେ ବିମାନକୁ ରୋକାଯାଇଥିଲା।
ଏହି ବିମାନରେ ବିହାର ସରକାରଙ୍କ ମନ୍ତ୍ରୀ ଅଶୋକ ଚୌଧୁରୀ, ଜେଡିୟୁ ନେତା ଅରବିନ୍ଦ କୁମାର, କଂଗ୍ରେସ ମୁଖପାତ୍ର ରାଜେଶ ରାଠୋର, ପୂର୍ବତନ ବିଧାୟକ ବଣ୍ଟି ଚୌଧୁରୀ ଏବଂ ଅନ୍ୟ ଯାତ୍ରୀମାନେ ଏହି ବିମାନରେ ପାଟନାରୁ ଗୌହାଟୀ ଯାଉଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/ସ-182.jpg)