ମୁମ୍ବାଇ: ବୁଧବାର ସକାଳେ ମୁମ୍ବାଇ ବିମାନ ବନ୍ଦରରୁ ଦୁବାଇ ଅଭିମୁଖେ ଉଡ଼ାଣ ଆରମ୍ଭ କରିଥିବା ସ୍ପାଇସ୍ଜେଟ୍ର ଏକ ବିମାନ ବୈଷୟିକ ତ୍ରୁଟି ଯୋଗୁଁ ପୁଣି ଫେରି ଆସି ଅବତରଣ କରିଥିଲା।
ତେଣୁ ଉକ୍ତ ବିମାନ (ଏସ୍ଜି-୧୩) ଉଡ଼ାଣ ଲାଗି ୪ ଘଣ୍ଟା ବିଳମ୍ବ ହୋଇଥିଲା। ଏୟାର୍ଲାଇନ୍ର ଇଞ୍ଜିନିୟରମାନେ ତ୍ରୁଟି ସଜାଡ଼ିବା ପରେ ବିମାନଟି ପୁଣି ଦୁବାଇ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା। ସମସ୍ତ ଯାତ୍ରୀ ନିରାପଦ ଥିବା କଥା କୁହାଯାଉଛି।
ସ୍ପାଇସ୍ଜେଟ୍ର ବିବୃତି ଅନୁସାରେ, ୨୦୧୯ ମସିହା ଜାନୁଆରି ତାରିଖ ଦିନ ବିମାନ ଏସ୍ଜି-୧୩ ସାମାନ୍ୟ ବୈଷୟିକ ସମସ୍ୟା ଯୋଗୁଁ ମୁମ୍ବାଇ ଫେରି ଆସି ସ୍ୱାଭାବିକ ଭାବେ ଅବତରଣ କରିଥିଲା। ଜରୁରୀକାଳୀନ ଅବତରଣ ଖବର ମିଥ୍ୟା ଓ ଭିତ୍ତିହୀନ। ଯାଞ୍ଚ ପରେ ବିମାନ ଗନ୍ତବ୍ୟ ପଥରେ ଉଡ଼ାଣ ଆରମ୍ଭ କରି ସୁରୁଖୁରରେ ଦୁବାଇରେ ଅବତରଣ କରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/01/spicejet.jpg)