ବେଙ୍ଗାଲୁର: ରନ୍‌େଓ୍ଵରୁ ଖସିଗଲା ବିମାନ, ୧୦ଟି ଫ୍ଲାଇଟ୍‌କୁ ଡାଇଭର୍ଟ କଲେ କର୍ତ୍ତୃପକ୍ଷ

ବେଙ୍ଗାଲୁର: ହାଇଦ୍ରାବାଦରୁ ବେଙ୍ଗାଲୁର ଆସୁଥିବା ସ୍ପାଇସ ଜେଟ୍‌ର ଏକ ବିମାନ ବେଙ୍ଗାଲୁର ବିମାନବନ୍ଦରର ରନ୍‌େଓ୍ଵରେ ଖସି ଯିବା ପରେ ଏକ ଘଟଣା ଆଜି ସାମନାକୁ ଆସିଛି। ଗତକାଲି ରାତିରେ ଏହି ବିମାନଟି ରନ୍‌େଓ୍ଵରୁ ଖସି ଯାଇ ୪ଟି ରନ୍‌େଓ୍ଵ ଲାଇଟ୍‌କୁ ମଧ୍ୟ ଭାଙ୍ଗିି ଦେଇଛି। ତେବେ ସ୍ପାଇସ ଜେଟ୍‌ର ଏହି ବିମାନଟି ଅବତରଣ କଲା ବେେ ହଠାତ ବିମାନଟି ବାମପଟକୁ ଢ଼ଳି ଯାଇଥିଳା। ମାତ୍ର ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି ପୁଣି ବିମାନଟିକୁ ନିୟନ୍ତ୍ରଣକୁ ନେଇ ଆସିଥିଲେ। ଫଳରେ ବିମାନର କୌଣସି କ୍ଷତି ହୋଇ ନାହିଁ ଓ ସବୁ ଯାତ୍ରୀ ସୁରକ୍ଷିତ ଭାବେ ବିମାନରୁ ଅବତରଣ କରିଥିବା କୁହାଯାଇଛି।

ତେବେ ବେଙ୍ଗାଲୁର ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କର କହିବା ଅନୁୟୀ, ଏହି ଘଟଣା ପାଇଁର୍ ବେଙ୍ଗାଲୁର ବିମାନବନ୍ଦରର ରନ୍‌େଓ୍ଵକୁ ରାତି ୧୦ଟା ୪୭ରୁ ୧୧ଟା ୨୮ ମିନିଟ ପର୍ଯ୍ୟନ୍ତ ବନ୍ଦ କରି ଦିଆଯାଇଥିଲା ଓ ୧୦ଟି ପ୍ଲାଇଟ୍‌୍‌କୁ ଏଠାରେ ଅବତରଣ କରି ନ ପାରି ଚେନ୍ନାଇ, କୋଚି ଓ କୋଏମ୍ବାଟୁର ବିମାନବନ୍ଦରରେ ଅବତରଣ କରିଥିଲେ ବୋଲି ବେଙ୍ଗାଲୁର ବିମାନବନ୍ଦର କର୍ତ୍ତୃପକ୍ଷ କହିଛନ୍ତି।

ସମ୍ବନ୍ଧିତ ଖବର