ଶିରିଡ଼ି ବିମାନ ବନ୍ଦରରେ ନିଶ୍ଚିତ ଦୁର୍ଘଟଣାରୁ ରକ୍ଷା ପାଇଗଲା ସ୍ପାଇସ୍‌ ଜେଟ୍‌; ସମସ୍ତ ଯାତ୍ରୀ ସୁରକ୍ଷିତ

ଶିରିଡ଼ି/ ନୂଆଦିଲ୍ଲୀ: ଶିରିଡ଼ି ବିମାନ ବନ୍ଦରରେ ଆଜି ଅପରାହ୍ଣରେ ସ୍ପାଇସ୍‌ ଜେଟ୍‌ର ଏକ ଯାତ୍ରୀବାହୀ ବିମାନ ଏକ ନିଶ୍ଚିତ ଦୁର୍ଘଟଣାରୁ ବର୍ତ୍ତି ଯାଇଛି। ଏବଂ ବିମାନର ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି।

ହସ୍ତଗତ ହୋଇଥିବା ରିପୋର୍ଟରୁ ପ୍ରକାଶ, ସ୍ପାଇସ୍‌ ଜେଟ୍‌ର ୯୪୫ ନମ୍ବର ବିଶିଷ୍ଟ ଏକ ୭୩୭ ବୋଇଂ ବିମାନ, ଅପରାହ୍ଣ ୨ଟା ୩୦ ମିନିଟ ସମୟରେ ଯାତ୍ରୀମାନଙ୍କୁ ଧରି ମହାରାଷ୍ଟ୍ରର ଶିରିଡ଼ି ବିମାନ ବନ୍ଦରରୁ ଯାତ୍ରା ଆରମ୍ଭ କରିଥିଲା। ତେବେ, ବିମାନଟି ଉଡ଼ାଣ ଭରିବା ପାଇଁ ଦ୍ରୁତ ଗତିରେ ରନ୍‌େଓ୍ଵ ଉପରେ ଯାଉଥିବା ବେଳେ ହଠାତ୍‌ ଭାରସାମ୍ୟ ହରାଇ ରନ୍‌େଓ୍ଵ ବାହାରକୁ ଚାଲି ଯାଇଥିଲା। ତେବେ, ଏହି ଦୁର୍ଘଟଣାରେ ବିମାନ ରନ୍‌େଓ୍ଵ ବାହାରକୁ ଚାଲିଯାଇ ଓଲଟିବା ପୂର୍ବରୁ ବିମାନର ପାଇଲଟ ନିଜର ଉପସ୍ଥିତ ବୁଦ୍ଧି ଘଟାଇ ବିମାନଟିକୁ ଅଟକାଇ ଦେଇଥିଲେ। ଏହି ଦୁର୍ଘଟଣାରେ କୌଣସି ଯାତ୍ରୀ ଆଘାତପ୍ରାପ୍ତ ହୋଇ ନଥିବା ଜାଣିବାକୁ ମିଳିଛି। ତେବେ, ବିମାନଟି କିପରି ଓ କାହିଁକି ରନ୍‌େଓ୍ଵ ବାହାରକୁ ଚାଲିଗଲା, ତାହାର କାରଣ ଜଣା ପଡ଼ିନାହିଁ। ତେବେ, ଏହି ଦୁର୍ଘଟଣା ଫଳରେ ଶିରିଡ଼ି ବିମାନ ବନ୍ଦରରେ ଦୀର୍ଘ ସମୟ ପାଇଁ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା।

ସମ୍ବନ୍ଧିତ ଖବର