ନିଆଁ ପରେ ଏବେ ବୁଢିଆଣୀ ଆତଙ୍କ, ୧୫ ମିନିଟରେ ନେଇଯାଏ ଜୀବନ

ସିଡନୀ: ଅଷ୍ଟ୍ରେଲିଆରେ ନିଆଁ ପରେ ଏବେ ବୁଢିଆଣୀଙ୍କ ଆତଙ୍କ ଦେଖିବାକୁ ମିଳିଛି | ନିଆଁ ପରେ ପରେ ନଜରକୁ ଆସିଛି ଏକ ନୂଆ ସମସ୍ୟା । ଫନେଲ ୱେବ ସ୍ପାଇଡର ନାମକ ବୁଢିଆଣୀ ଅଷ୍ଟ୍ରେଲିଆରେ ନିଆଁ ଲାଗିଥିବା ସମୟରେ ମାଟି ତଳେ ରହି ବଞ୍ଚାଇଥିଲେ । ଏହାପରେ ସେଠାରେ ବର୍ଷା ହେବା କାରଣରୁ ତାଙ୍କ ବାସସ୍ଥଳୀ ନଷ୍ଟ ହୋଇଯାଇଥିଲା । ଯାହାଫଳରେ ବୁଢିଆଣୀମାନେ ନିଜ ଗାତରୁ ବାହାରି ସହର ମୁହାଁ ହୋଇଛନ୍ତି | ଏହି ଫନେଲ ୱେବ ବୁଢିଆଣୀର ୪୦ ପ୍ରଜାତି ଥିବାବେଳେ ଏମାନେ ହେଉଛନ୍ତି ବିଶ୍ୱର ବିଷାକ୍ତ ବୁଢିଆଣୀ ।

Photo-wikipedia

ସୂଚନା ଅନୁଯାୟୀ, ଏମାନେ କାମୁଡିଲେ ମାତ୍ର ୧୫ ମିନିଟ ମଧ୍ୟରେ ମଣିଷର ମୃତ୍ୟୁ ହୋଇଯାଇଥାଏ । ଏମାନଙ୍କ ଡଙ୍କ ଏତେ ବିଷାକ୍ତ ହୋଇଥାଏ ଯେ, ଯେଉଁ ସ୍ଥାନକୁ କାମୁଡନ୍ତି ସେ ସ୍ଥାନ ଲାଲ ରଙ୍ଗ ହୋଇଯାଇଥାଏ । ଯେଉଁ ବ୍ୟକ୍ତିଙ୍କୁ ଏହି ବୁଢିଆଣୀ କାମୁଡିଥାଏ ସେ ବ୍ୟକ୍ତି ପାଟିରୁ ବାରମ୍ବାର ଲାଳ ବାହାରିଥାଏ ଓ ବାନ୍ତି ମଧ୍ୟ ହୋଇଥାଏ ।

ଏହା ପରେ ରକ୍ତଚାପ ବଢ଼ିଯାଇଥାଏ ଓ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଯାଇଥାଏ | ସିଡନୀର ନ୍ୟୁ ସାଉଥ ଅଞ୍ଚଳରେ ଏହି ବୁଢିଆଣୀଙ୍କର ପ୍ରକୋପ ଅତ୍ୟଧିକ ଥିବାର ସୂଚନା ମିଳିଛି । ସେହିପରି ଏହି ବୁଢ଼ିଆଣୀଙ୍କ ବିଷରୁ ଔଷଧ ମଧ୍ୟ ପ୍ରସ୍ତୁତ ହୋଇଥାଏ | ଏଠାରେ ସୂଚନା ଥାଉ କି କିଛି ଦିନ ତଳେ ଅଷ୍ଟ୍ରେଲିଆରେ ଭୟଙ୍କର ନିଆଁ ଲାଗି ବହୁ ସଂଖ୍ୟାରେ ଜୀବଜନ୍ତୁ ପ୍ରାଣ ହରାଇଥିଲେ |

ସମ୍ବନ୍ଧିତ ଖବର