ନୂଆଦିଲ୍ଲୀ : ଆମେରିକାର କେଞ୍ଚୁକି ରାଜ୍ୟରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି । ମୋରହେଡ ସହରର ରାସ୍ତାରେ ଏକ ଅଦ୍ଭୁତ ପ୍ରକାରର ଜୀବ ବୁଲୁଥିବା ଏକ ସିସି ଟିଭି କ୍ୟାମେରାରେ ରେକର୍ଡ ହୋଇଛି । ଜୀବଟି ନଇଁ ନଇଁ ଚାଲୁଥିବାବେଳେ କ’ଣ ଗୋଟେ ଖୋଜୁଛି ।
ଏ ଭିଡିଓଟି ପାରାନୋମାଲ ମାଗାଜିନ ପକ୍ଷରୁ ସୋସିଆଲ ମିଡିଆରେ ଅପଲୋଡ୍ ହେବା ପରେ ତାହା ଭାଇରାଲ ହୋଇଯାଇଛି । କିଛି ଲୋକ ଏହାକୁ ଭୂତ ବୋଲି ଭାବୁ ଥିବାବେଳେ ଆଉ କିଛି ଲୋକ ଏହାକୁ ଏଲିଏନ ବୋଲି ଭାବୁଛନ୍ତି । ଏହି ଭିଡିଓ ଯୋଗୁଁ ଆମେରିକାରେ ପୁଣି ଥରେ ବାହାର ଗ୍ରହର ଜୀବ ବା ଏଲିଏନକୁ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ତେବେ ଆଉ କିଛି ଲୋକ ଏହି ଭିଡିଓ ସମ୍ପୂର୍ଣ୍ଣ ମିଛ ବୋଲି କହୁଛନ୍ତି ।
Here's the video of the Pale creature caught on a security cam near Moorhead, KY. #cryptidpic.twitter.com/jCexxlQTA0
— Paranormality Magazine (@ParanormalityM) July 9, 2022
ପାରାନୋମାଲ ମାଗାଜିନ ପକ୍ଷରୁ ଏହି ଭିଡିଓ ଅପଲୋଡ ହେବାର ଅଳ୍ପ କିଛି ସମୟ ମଧ୍ୟରେ ଏହାକୁ ୫ ଲକ୍ଷ ୪୦ ହଜାର ଲୋକ ଦେଖି ସାରିସଲେଣି ଓ ହଜାର ହଜାର ଲୋକ କମେଣ୍ଟ ବା ମତାମତ ଦେଇସାରିଲେଣି । ଏହି ଭିଡିଓକୁ ମଧ୍ୟ ହଜାର ହଜାର ଲୋକ ସେୟାର କରୁଛନ୍ତି ।
ତେବେ ଆମେରିକା ସରକାର କିମ୍ବା ନାସା ପକ୍ଷରୁ ଏହି ଭିଡିଓକୁ ନେଇ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା କିମ୍ବା ବୟାନ ଜାରି କରାଯାଇନାହିଁ ।